ଜନ୍ମ ଦିନରେ ବିରାଟ କୋହଲିଙ୍କ ଶତକ; ୪୯ତମ ଶତକ ମାରି ସଚିନଙ୍କ ରେକର୍ଡର ହେଲେ ସମକକ୍ଷ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଜ ଜନ୍ମ ଦିନରେ ବିରାଟ କୋହଲିଙ୍କ ଶତକ ଭେଟି । ଆଜି ବିରାଟ କୋହଲିଙ୍କ ଜନ୍ମଦିନ ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ହାସଲ କରିଛନ୍ତି ଯାହା ଫ୍ୟାନଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ଏହି ଶତକ ସହ ବିରାଟ ଦିନିକିଆରେ ୪୯ତମ ଶତକ ହାସଲ କରିଛନ୍ତି । ଆଉ ଏହି ରେକର୍ଡ କରିବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ।

ସେପଟେ ପ୍ରଥମେ ବ୍ୟାଟିଂ କରି ଭାରତ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଟାର୍ଗେଟ ଦେଇଛି | ଶେଷରେ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୩୨୬ ରନ କରିବାରେ ସଫଳ ହୋଇଛି |

Related Posts