
ମୁମ୍ବାଇ: ମୁମ୍ବାଇରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଶିଳ୍ପପତି ଗୌତମ ଆଦାନୀ । ଦୁହିଁଙ୍କ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଏବଂ ଶିବସେନା ସଭାପତିଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ସେ ସମ୍ପର୍କରେ କିଛି ବି କହି ନାହାନ୍ତି।
ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ ଠାକରେଙ୍କ ବିରୋଧରେ ବିଦ୍ରୋହର ନେତୃତ୍ୱ ନେବା ପରେ ଏବଂ ୩୯ ବିଧାୟକ ବିଦ୍ରୋହୀ ଗୋଷ୍ଠୀରେ ସାମିଲ୍ ହେବା ପରେ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜୁନ୍ ୩୦ ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ କେଉଁ କାରଣ ପାଇଁ ଆଦାନୀ ଠାକରେଙ୍କୁ ଭେଟିଲେ ତାହା ଜଣା ପଡିନାହିଁ।
ଶିଳ୍ପପତି ଗୌତମ ଆଦାନୀ ଫୋର୍ବ୍ସର The Real Time Billionaires List ରେ ଦୁନିଆର ଦ୍ୱିତୀୟ ଧନୀ ତାଲିକାରେ ଅଛନ୍ତି। ଫୋର୍ବ୍ସ ତାଲିକା ଅନୁସାରେ ଆଦାନୀଙ୍କ ପାଖରେ 155.3 ବିଲିୟନ ଡଲାର ପାଖାପାଖି 12. 39 କୋଟି ଟଙ୍କାର ସମ୍ପତ୍ତି ରହିଛି।