ନୟାଗଡ଼ରେ ଫୁଟିଲା ଗୁଳି: ସାମାନ୍ୟ ବଚସାକୁ କେନ୍ଦ୍ରକରି ଟ୍ରାକ୍ଟର ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା

ନୟାଗଡ : ନୟାଗଡ଼ରେ ଫୁଟିଲା ଗୁଳି । ଗଣିଆରେ ଘଟିଛି ଏହି ଜଘନ୍ୟକାଣ୍ଡ । ସାମାନ୍ୟ ବଚସାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଛି । ଟ୍ରାକ୍ଟର ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଗଣିଆ ଥାନା ପାଟିକଟା ଜଙ୍ଗଲରେ ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ରାସଙ୍ଗ ଗାଁର ରଜତ ରାଉତ ବୋଲି ସୂଚନା ମିଳିଛି ।

ଏନେଇ ଖବର ପାଇବା ପରେ ଗଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗୋିଟଏ ବନ୍ଧୁକ ଜବତ କରିଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଛି ।

Related Posts