ସବରକରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି, ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସହ ଆମେ ଏକମତ ନୁହେଁ: ଉଦ୍ଧବ ଠାକରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭିଡି ସବରକରଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ବୟାନ କୁ ନେଇ ବିବାଦ ତେଜିବାରେ ଲାଗିଛି। ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧିଙ୍କ ବୟାନ ନିଜ ସହଯୋଗୀ ଦଳ ଶିବସେନାକୁ ଅଡ଼ୁଆ ସୃଷ୍ଟି କରିଛି। ଏନେଇ ଆଜି ପ୍ରଥମେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଦ୍ଧବଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ। ଏହି ଘଟଣାରେ ନିରବତା କୁ ନେଇ ବିଜେପି ମଧ୍ୟ ଉଦ୍ଧବଙ୍କୁ ସମାଲୋଚନା କରିଛି। ଶେଷରେ ଏ ସମ୍ପର୍କରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁହଁ ଖୋଲିଛନ୍ତି।

ଉଦ୍ଧବ କହିଛନ୍ତି ଯେ, ଆମର ସବରକରଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି। ରାହୁଲ ଗାନ୍ଧିଙ୍କ ମନ୍ତବ୍ୟରେ ଆମେ ଏକମତ ନୁହେଁ। ଆମେ ସବରକରଙ୍କୁ ସମ୍ମାନ ଜଣାଉ। ତେବେ ଯଦି ଆପଣ ରାହୁଲ ଗାନ୍ଧିଙ୍କ କଥା କହୁଛନ୍ତି ତେବେ ଜମ୍ମୁ କଶ୍ମୀରରେ କାହିଁକି ବିଜେପି ପିଡିପି ସମହ ମିଶି ସରକାର ଚଳାଇଥିଲେ। ସେ କହିଛନ୍ତି ଯେ ଆମେ କଂଗ୍ରେସ ସହ ମେଣ୍ଟ କରିଛୁ। ଆମେ ବ୍ରିଟିସଠାରୁ ପାଇଥିବା ସ୍ୱାଧନତାକୁ ବଜାୟ ପାଇଁ କଂଗ୍ରେସ ସହ ହାତ ମିଳାଇଛୁ। କିନ୍ତୁ ଆମ ଦୁଇ ଦଳଙ୍କର ବିଚାଧାରା ଭିନ୍ନ।

ସେହିପରି ସାବରକରଙ୍କୁ ବିଜେପି କାହିଁକି ଭାରତ ରତ୍ନ ଦେଉ ନାହିଁ। ଯେଉଁମାନେ ଭାରତ ସ୍ୱାଧିନତାର ଆନ୍ଦୋଳନର ଆମର କଣ ଭୂମିକା ଅଛି ପ୍ରଶ୍ନ କରୁଛନ୍ତି ସେମାନେ ସବକରଙ୍କ ବିଷୟରେ ପ୍ରଶ୍ନ କାରିବାର ଆଦୌ ନୈତିକ ଅଧିକାର କାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟ ସହ କଂଗ୍ରେସ ଏକମତ ହୋଇଛି। ରାହୁଲ କହିଥିଲେ ଯେ, ସବରକର ହେଉଛନ୍ତି ବିଜେପି ଏବଂ ଆରଏସଏସର ପ୍ରତୀକ। ଆଣ୍ଡାମାନରେ ସେ ୨-୩ ବର୍ଷ ଧରି ଜେଲରେ ଥିଲେ। ଜେଲରେ ଥାଇ ସେ ଇଂରେଜ ସରକାରଙ୍କୁ କ୍ଷମା ଆବେଦନ କରିଥିଲେ। ସବରକର ମଧ୍ୟ ନିଜ ଉପରେ ଏକ ଆତ୍ମଜୀବନୀ ଲେଖିଛନ୍ତି। ସେ କେତେ ସାହାସୀ ଥିଲେ ସେଇ ବହିରେ ସେ ଦର୍ଶାଇଛନ୍ତି। ସେ ବ୍ରିଟିସରମାନଙ୍କ ଠାରୁ ପେନସନ ନେଉଥିଲେ। ସେ ବ୍ରିଟିସରଙ୍କ ପାଇଁ କାମ କରୁଥିଲେ ଏବଂ କଂଗ୍ରେସ ବିରୋଧରେ କାମ କରୁଥିଲେ।

Related Posts