ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବେନି ଆହତ ହାର୍ଦ୍ଦିକ ପାଣ୍ଡ୍ୟା !

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବେନି ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଅକ୍ଟୋବର ୨୯ରେ ଇଂଲଣ୍ଡ ଏବଂ ନଭେମ୍ବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବାକୁ ଥିବା ଆଗାମୀ ବିଶ୍ୱକପ ମ୍ୟାଚରୁ ବାଦ୍ ପଡ଼ି ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ଅଧା ମ୍ୟାଚରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ଏବେ ବି ସେ ସୁସ୍ଥ ହୋଇନଥିବାରୁ ଆଗାମୀ କିଛି ମ୍ୟାଚରେ ସେ ନଜର ଆସିବେ ନାହିଁ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ବାମ ଗୋଡ଼ରେ ଆଘାତ ଲାଗିବା ପରେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚିକିତ୍ସା ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ସେ ଅଭ୍ୟାସ ଆରମ୍ଭ କରିନଥିବାରୁ ତାଙ୍କୁ ସୁସ୍ଥ ହେବା ପାଇଁ ଆହୁରି ଅଧିକ ଦିନ ଲାଗିପାରେ ବୋଲି ଚର୍ଚ୍ଚା ‌ହେଉଛି।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୧୯ରେ ପୁଣେର ‘ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ-ବାଂଲାଦେଶ । ‘ଟସ୍‌’ ଜିଣିବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ଟିମ ବୋଲିଂ କରିଥିଲା। ଟିମର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯିବା ପରେ ପାଣ୍ଡ୍ୟାଙ୍କ ପାଇଁ ବୋଲିଂ କରିଥିଲେ ଲୋକପ୍ରିୟ କ୍ରିକେଟର ବିରାଟ କୋହଲୀ ।

Related Posts