୪୦ ବଲ୍ ରେ ଶତକ ମାରି ମାକ୍ସଓ୍ବେଲଙ୍କ ରେକର୍ଡ, ନେଦରଲାଣ୍ଡକୁ ୪୦୦ ରନର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ନେଦରଲାଣ୍ଡ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଗ୍ଲେନ ମାକ୍ସଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୪୦ଟି ବଲ ଖେଳି ଶତକ ହାସଲ କରି ନେଦରଲାଣ୍ଡ ବୋଲରଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଥିଲେ । ନିଜର ଏହି ୧୦୬ ରନ ଇନିଂସରେ ସେ ୮ଟି ଛକା ଓ ୯ଟି ଚୌକା ମାରିଥିଲେ । ଏହାକୁ ବିଶ୍ବକପରେ ଦ୍ରୁତତମ ଶତକ ବୋଲି କୁହାଯାଉଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହେବା ପରେ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍ । ଗତ ମ୍ୟାଚରେ ଶତକ ହାସଲ କରିଥିବା ଓ୍ବାର୍ଣ୍ଣର ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ । ତେବେ ମାକ୍ସଓ୍ବେଲଙ୍କ ବିସ୍ଫୋରକ ଶତକ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା । ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ଓ୍ବିକେଟ ନେଇଥିବାବେଳେ ବାସ ଡି ଲିଡ୍ ୨ଟି ଓ୍ବିକେଟ ନେଇଥିଲେ ।

Related Posts