ଆଘାତ ପାଇଁ ବିଶ୍ୱକପ୍ ଖେଳି ପାରିବେନି ଧାୱନ

ସତ୍ୟପାଠ ବ୍ୟୁରୋ : ଓପନର ଶିଖର ଧାଓ୍ୱନଙ୍କ ଅଙ୍ଗୁଳିରେ ଆଘାତ ଲାଗିବାରୁ ସେ ଚଳିତ ବିଶ୍ୱକପ ମ୍ୟାଚରୁ ତିନି ସପ୍ତାହ ପାଇଁ ବାଦ ପଡ଼ିଛନ୍ତି। ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲକୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ଦମଦାର ଶତକ ମାରିଥିଲେ। ଅବଶ୍ୟ ଏହାପରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇନଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଫିଲ୍ଡିଂ କରିଥିଲେ।

ଡାକ୍ତର ଏବେ ଧାଓ୍ୱନଙ୍କୁ ତିନି ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବାରୁ ସେ ଚଳିତ ବିଶ୍ୱକପ ଆଉ ଖେଳି ପାରିବେ ନାହିଁ ବୋଲି ଜଣାପଡ଼ିଛି। କୁହାଯାଉଛି, ରିଷଭ ପନ୍ତ କିମ୍ବା ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବିସିସିଆଇ ବିଶ୍ୱକପ୍ ସ୍କ୍ୱାଡ୍ରେ ସାମିଲ କରିବ। ବିଶ୍ୱକପ୍ ସ୍କ୍ୱାଡ୍ ଚୟନ ପୂର୍ବରୁ ସମ୍ଭାବ୍ୟ ୧୫ ଜଣିଆ ତାଲିକାରେ ରିଷଭ ପନ୍ତ ରହିଥିଲେ।

Related Posts