ଠାବ ହେଲା ନିଖୋଜ ବାୟୁସେନା ବିମାନ

ସତ୍ୟପାଠ ବ୍ୟୁରୋ : ଶେଷରେ ନିଖୋଜ ଭାରତୀୟ ବାୟୁ ସେନା ବିମାନର ପତ୍ତା ମିଳିଛି । ବିମାନ ଏଏନ-୩୨ର ଭଗ୍ନାବଶେଷ ଠାବ କରାଯାଇଥିବା ସୂଚନା ଦେଇଛି ବାୟୁସେନା । ଅରୁଣାଚଳ ପ୍ରଦେଶର ଉତ୍ତର ପୂର୍ବରେ ଲିପୋ ଠାରୁ ପ୍ରାୟ ୧୬ କିମି ଦୂରରେ ଏହାକୁ ଠାବ କରାଯାଇଛି । ବାୟୁସେନାର ଏମଆଇ-୧୭ ହେଲିକପ୍ଟର ସର୍ଚ୍ଚ ଅପରେସନ ବେଳେ ୧୨ହଜାର ଫୁଟ ତଳେ ଏହା ମିଳିଥିବା ଟୁଇଟ କରି ଜଣାଇଛି ବାୟୁସେନା ।

ଗତ ୩ ତାରିଖ ଦିନ ୧୩ଜଣ ସହଯାତ୍ରୀଙ୍କୁ ଧରି ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପକୁ ଯାଉଥିବା ବେଳେ ନିଖୋଜ ହୋଇଯାଇଥିଲା । ଏଥିରେ ଗଂଜାମର ସୁନିତ ମହାନ୍ତି ନାମରେ ଜଣେ ଓଡିଆ ପାଇଲଟ ଥିଲେ ବୋଲି କୁହାଯାଉଥିଲା । ତେବେ ବାୟୁସେନାର ବିଜ୍ଞପ୍ତି ପରେ ହିଁ ସବିବେଶ ବିବରଣୀ ସ୍ପଷ୍ଟ ହୋଇପାରିବ ।

Related Posts