ଅନଲାଇନ ବ୍ୟବସାୟ ଆଳରେ ଅଭିନବ ଠକେଇ

ଗ୍ରାମାଞ୍ଚଳ ଲୋକଙ୍କ ର ସରଳତା ଓ ସଚେତନତା ଅଭାବ ଯୋଗୁ ସକ୍ରିୟ ହୋଈ ଉଠଛନ୍ତି ଠକ ମାଫିଆ ମାନେ। ସେମାନଙ୍କର ସରଲତାର ସୁଯୋଗ ନେଇ ଲୁଟି ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଛଞ୍ଚାଣବାହେଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରାବଣଗୁଡା ଗ୍ରାମରେ।

ସୂଚନା ଅନୁାୟୀ ଏହି ଗାଁ ରେ ଗତ ଡିସେମ୍ବର ମାସରେ ଗଣପତି ସ୍ପନ୍ଦନା ଅନଲାଇନ ନାମକ ସଂସ୍ଥା ଏକ କାର‌୍ୟାଳୟ ଖୋଲି ବ୍ୟବସାୟ ଆରମ୍ଭ କରିଥିଲା । ୧୨ଜଣ ସଭ୍ୟଙ୍କୁ ନେଇ ଏକ କମିଟି ଉପରେ ନେଣଦେଣର ଦାୟିତ୍ୱ ଦିଆଯାଇଥିଲା। ପ୍ରଥମେ ଲୋକଙ୍କ ଠାରୁ ୧୦୦ଟଙ୍କାନେଈ ତାଙ୍କ ନାଁରେ ପାସବୁକ ଖୋଲାଯାଈ ଥିଲା । ପ୍ରତ୍ୟେକ ସଭ୍ୟଙ୍କୁ ସପ୍ତାହ କୁ ଥରେ ୨୦ଟଙ୍କାଦରରେ ଚିନି ଓ ୬୦ଟଙ୍କା ଦରରେ ତେଲ ଦିଆଯାଇ ଆକର୍ଷିତ କରାଯାଉଥିଲା। ଏହାପରେ ଉକ୍ତ ସଂସ୍ଥାର ପାସବୁକ୍‌ରେ ଟଙ୍କା ଜମାକଲେ ଅଳ୍ପ ଦିନରେ ଦୁଈଗୁଣ ହେବାବୋଲି ପ୍ରଲୋଭନ ଦେଖାଇ ଥିଲେ।ଏହି ପ୍ରଲୋଭନର ଶିକାର ହୋଇ ଧଁଅରପୁର ଗାଁ ରୁ ୩ଜଣ ୨୫ହଜାର, ବେହେରାଗୁଡା ଗାଁ ରୁ୨୫ଜଣ ୧ଲକ୍ଷ ୪୦ହଜାର, ସାଗବାହାଲି ଗାଁ ର ୨ଜଣ ୨୫ହଜାର, ଛଞ୍ଚାଣବାହାଲି ଗାଁ ର ୩ଜଣ ୪୫ହଜାର ଓ ଆମ୍ବଗୁଡା, ଭାଲୁଚୁଁଆ, କାଣ୍ଡପଡା ଗ୍ରାମରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏପରିକି କମ୍ପାନୀ ଠାରୁ ଗାଡି ମଟର ଫାଈନାନ୍ସ ଦିଆଯିବା ଲୋଭ ମଧ୍ୟ ଦେଖାାଇ ଥିଲା। ଗୃପର ସଦସ୍ୟ ମାନଙ୍କ କହିବା ଅନୁସାରେ ଏହି ଟଙ୍କା କାରବାର ଦାୟିତ୍ବ କମ୍ପାନୀ ର ଏଜେଣ୍ଟ ବୋଲାଉଥିବା ଛତିଶଗଡ ଦେଭୋଗ ଅଞ୍ଚଳର ପ୍ରେମଲାଲ ଯାଦବ ବୁଝୁଥିଲେ। ବର୍ତ୍ତମାନ ଲୋକେ ନିଜ ଟଙ୍କା ଫେରସ୍ତ ପାଇଁ କମିଟି ଉପରକୁ ଚାପ ପକାଉ ଥିବାବେଳେ ଏଜେଣ୍ଟ ଫେରାର ଥିବା କଥା ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି । ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହି ଠକେଇ ମାମଲାରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।

Related Posts