ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ସାରା ଦେଶରେ ଏବେ ସେ ନେଇ ଚର୍ଚ୍ଚା । ସେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା, ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରାକୁ ସ୍ଥଗିତ ରଖିବା ଏବଂ ଗୋଟିଏ ବର୍ଷ ପାଇଁ ସୁନା କ୍ରୟ ଉପରେ ରୋକ ଲଗାଇବା ପାଇଁ ଅପିଲ୍ କରିଥିଲେ। ଏହା ମଧ୍ୟରେ କଂଗ୍ରେସ ସାଂସଦ ଭେଣୁଗୋପାଳ ଏନେଇ ପ୍ରଶ୍ନ ଉଠାଇଥିବାର ଦେଖିବାକୁ ମିଳିଛି। ତେବେ ସେ କହିଛନ୍ତି ଇରାନ-ଆମେରିକା ବିବାଦ ଆରମ୍ଭ ହେବାର ତିନି ମାସ ବିତିଗଲାଣି । ତଥାପି ପ୍ରଧାନମନ୍ତ୍ରୀ ମୋଦି ଭାରତର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି।
ଏହା ଲଜ୍ଜାଜନକ, ଦାୟିତ୍ୱହୀନ ଏବଂ ସମ୍ପୂର୍ଣ୍ଣ ଅନୈତିକ ଯେ, ଏହି ବିଶ୍ୱ ସଙ୍କଟରୁ ଆମ ଅର୍ଥନୀତିକୁ ରକ୍ଷା କରିବା ପାଇଁ ଆକସ୍ମିକ ଯୋଜନା ପ୍ରସ୍ତୁତ କରିବା ପରିବର୍ତ୍ତେ, ପ୍ରଧାନମନ୍ତ୍ରୀ ସାଧାରଣ ନାଗରିକଙ୍କୁ କଷ୍ଟ ମଧ୍ୟକୁ ଠେଲି ଦେଉଛନ୍ତି। କଂଗ୍ରେସ ସାଂସଦ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବା ଉଚିତ ଯାହା ଦ୍ୱାରା ଆମେ ପର୍ଯ୍ୟାପ୍ତ ଇନ୍ଧନ ଭଣ୍ଡାର ପାଇପାରିବା ଏବଂ ଯୋଜନାର ଅଭାବ ଯୋଗୁଁ କୌଣସି ନାଗରିକଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କହିଛନ୍ତି ।
