ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା; ସ୍କୁଲରୁ ଘରକୁ ଫେରୁଥିବା ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଅପହରଣ କରି ଦୀର୍ଘ ସାତ ଦିନ ଧରି କଲେ ଗଣଦୁଷ୍କର୍ମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପ୍ରଥମେ ଅପହରଣ ପରେ ଗଣଦୁଷ୍କର୍ମର କଥା ସାମ୍ନାକୁ ଆସିଛି । ଏଭଳି ଏକ ନିନ୍ଦନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ବ୍ଲକରେ ଦେଖିବାକୁ ମିଳିଛି । ତେବେ ଦିବ୍ୟାଙ୍ଗ ନାବାଳିକା ଛାତ୍ରୀ ଦୁର୍ବଳତାର ଫାଇଦା ଉଠାଇଲେ ଦୁର୍ବୃତ୍ତ । ସ୍କୁଲରୁ ଫେରିବା ବେଳେ ରାସ୍ତାରୁ ଅପହରଣ କରି ଏକ ପରିତ୍ୟକ୍ତ ସ୍ଥାନରେ ଗଣଦୁଷ୍କର୍ମ କଲେ କିଛି ଯୁବକ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହାର ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଯଶିପୁର ଜଣେ ଦଶମ ଶ୍ରେଣୀର ଦିବ୍ୟାଙ୍ଗ ନାବାଳିକା ଛାତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ କିଛି ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ବାଇକ ଯୋଗେ ଶିମିଳିପାଳ ରାସ୍ତାରେ ଥିବା ଘୋଡାଘାଗରୀ ଅଞ୍ଚଳକୁ ନେଇଯାଇଥିଲା । ପୂର୍ବରୁ ସେଠାରେ ଯୋଜନା ମୁତାବକ ଅନ୍ୟ ଏକ ଅଭିଯୁକ୍ତ ଛପି ରହିଥିଲା । ଏହାପରେ ନାବାଳିକାକୁ ଅପହରଣ କରିଥିବା ଯୁବକ ଆଉ ଜଣଙ୍କୁ ଫୋନ କରି ସେଠାକୁ ଡାକିଥିଲା । ତାପରେ ତିନିଜଣ ମିଶି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲା ।

ଗତ ମାର୍ଚ୍ଚ ୩୦ ତାରିଖ ଠାରୁ ୬ ତାରିଖ ପର‌୍ୟ୍ୟନ୍ତ ଏକ ପରିତ୍ୟକ୍ତ ଗୃହରେ ହାତଗୋଡ଼ ବାନ୍ଧି ରଖି ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ । ଶେଷରେ ନାବାଳିକାକୁ ବାଡେଇ ପିଟି ତାକୁ ଘରୁ ବାହାର କରିଦେଇଥିଲା । ସେପଟେ ଝିଅର ପତ୍ତାନପାଇ ବାପା-ମାଆ ସମସ୍ୟ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ଶେଷରେ ଗତ ୩ ତାରିଖ ଦିନ ଯଶୀପୁର ଥାନାରେ ଝିଅର ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ସବୁଠାରୁ ବିଡ଼ମ୍ବନାରୁ ବିଷୟ ଯେ ପୁଲିସ ଅଭିଯୋଗ ପାଇ ମଧ୍ୟ ଚୁପ ବସିଥିଲା । ଫଳରେ ଅଭିଯୁକ୍ତମାନଙ୍କୁ ଫେରାର ହେବାର ପର୍ଯ୍ୟାପ୍ତ ସମୟ ମିଳିଥିଲା । ପରେ ବିଭିନ୍ନ ପ୍ରକାର ଚାପରେ ପଡି ଯଶୀପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏ ପଟେ ନାବାଳିକାକୁ ଦୁଷ୍କର୍ମ ଭଳି ଘଟଣା ଆଉ ଗୋଟିଏ ପଟେ ପୁଲିସର ନୀରବ ରହିବା କଥାକୁ ସହଜରେ ହଜମ କରିପାରୁ ନାହାନ୍ତି ଅଞ୍ଚଳବାସୀ । ତାହାଲେ ବର୍ତ୍ତମାନ ଦେଖିବାର ବିଷୟ ଘଟଣାକୁ ଅଣଦେଖା କରୁଥିବା ପୁଲିସ କେବେ ଅଭିଯୁକ୍ତମାନଙ୍କ ଗିରଫ କରି ନାବାଳିକାକୁ ନ୍ୟାୟ ପ୍ରଦାନ କରୁଛି ।

Related Posts