ମାଓ ମୁକାବିଲା ନେଇ ଓଡିଶାର ତିନିଟି ଦାବୀ ଉଠାଇଲେ ମୁଖ୍ୟମନ୍ତ୍ରୀ

ସତ୍ୟପାଠ ମେଟ୍ରୋ ବ୍ୟୁରୋ : ଆଜି ଦିଲ୍ଲୀରେ ମାଓ ମୁକାବିଲା ନେଇ ଗୁରତ୍ୱପୂର୍ଣ୍ଣ ବୈଠକ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ମାଓ ସ୍ଥିତି ସମୀକ୍ଷା ହେବା ପରେ ମାଓ ଅଧ୍ୟୁଷିତ ଅଂଚଳରେ ଟେଲିଫୋନ ଯୋଗଯୋଗ,ବ୍ୟାଙ୍କିଂ ପାଇଁ ଗୁରୁତ୍ୱ ଦେବାକୁ ଦାବୀ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି ।

ମାଓ ମୁକାବିଲା ପାଇଁ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୁରକ୍ଷା ଓ ବିକାଶ ସମ୍ପର୍କିତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଓଡ଼ିଶାର ମାଓ ଅଧ୍ୟୁଷିତ ଅଂଚଳରେ ଟେଲିଫୋନ ଯୋଗଯୋଗ,ବ୍ୟାଙ୍କିଂ ଓ ସେହି ଅଂଚଳକୁ ରେଳ ସେବା ଯୋଗାଇ ଦେବା ପାଇଁ ଦାବୀ କରାଯାଇଛି । ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ତୁରନ୍ତ ରେଳ ସଂଯୋଗ ପାଇଁ ଦାବୀ କରାଯାଇଛି । କେନ୍ଦ୍ର ଏଥିପ୍ରତି ପଦକ୍ଷେପ ନେଲେ ମାଗଣାରେ ରାଜ୍ୟ ସରକାର ଜମି ପ୍ରଦାନ କରିବେ । ଏହା ସହ ପ୍ରକଳ୍ପର ଅଧା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ଏହି ସବୁ ଦାବୀ ପୁରଣ ନେଇ ଆଶାବାଦୀ ଅଛୁ ବୋଲି ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି ।

Related Posts