
ସତ୍ୟପାଠ ବ୍ୟୁରୋ : ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୫ ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ସେ ତାମିଲନାଡୁ ୟୁନିଫର୍ମ ସର୍ଭିସ ରିକ୍ୟୁରମେଣ୍ଟ ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ।
ୟୁପିଏସ୍ସି ତାଙ୍କୁ ଏହି ନିଯୁକ୍ତି ଦେଇଛି। ତାମିଲନାଡୁର ଡିଜିପି ପଦ ପାଇଁ ୬ ଜଣ ବରିଷ୍ଠ ଆଇପିଏସ୍ଙ୍କ ନାଁ ବିଚାରକୁ ନିଆଯାଇଥିଲେ ହେଁ ଶେଷରେ ଶ୍ରୀ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି।