ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଗଡିଲା ଇଞ୍ଜିନ୍

ସତ୍ୟପାଠ ବ୍ୟୁରୋ : ପୁରା ହେବ ସ୍ୱପ୍ନ । କେନ୍ଦ୍ରାପଡାକୁ ଗଡିବ ଟ୍ରେନ । ୧୯୯୯ ମସିହାରେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଶେଷରେ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି । ଆଜି ପରୀକ୍ଷାମୂଳକ ଭାବେ ହରିଦାସପୁର-ପାରାଦୀପ ରୁଟରେ ଟ୍ରେନ ଇଂଜିନ ଗଡିବା ସହ ଏହି ସମ୍ଭାବନା ସତ ହେବାକୁ ଯାଉଛି ।

ଆଜି ସକାଳ ୯ଟାରେ ହରିଦାସପୁର ଷ୍ଟେସନରୁ ଏକ ରେଳ ଇଞ୍ଜିନ୍ କେନ୍ଦ୍ରାପଡ଼ା ଜିଲ୍ଲା ବାଜପୁର ପର‌୍ୟ୍ୟନ୍ତ ବାହାରିଥିଲା। ବିଶେଷ କରି ନୂତନ ରେଳ ଲାଇନ ଓ ବିଦ୍ୟୁତ୍ ସରବରାହ ଯାଞ୍ଚ କରିବା ପାଇଁ ପରୀକ୍ଷାମୂଳକ ଭାବେ ଏହି ଇଞ୍ଜିନ୍ ଚଲାଯାଇଥିବା ଜଣାପଡ଼ିଛି। ଏହି ଟ୍ରେନ୍ ଇଞ୍ଜିନରେ ବୈଷୟିକ ଟିମ୍ ଯାଇ ପରୀକ୍ଷାମୂଳକ ଚଳାଚଳର ଯାଞ୍ଚ କରିଛନ୍ତି। ୧୯୯୯ ମସିହାରୁ ଏହି ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଏହାର ନିର୍ମାଣ କାର‌୍ୟ୍ୟରେ ବିଳମ୍ବ ହୋଇଥିଲା । ୮୨ କିଲୋମିଟରର ଏହି ପ୍ରୋଜେକ୍ଟରେ ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଦେଇ ଟ୍ରେନ ଚଳାଚଳ କରିବ । ଗତ କିଛି ବର୍ଷ ହେବ ଏହି ପ୍ରୋଜେକ୍ଟର କାର‌୍ୟ୍ୟକୁ ତ୍ୱରାନିତ୍ୱ କରାଯାଇଥିଲା । ଆଉ ଶିଳାନ୍ୟାସର ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ମାଟିରେ ଗଡିଛି ଟ୍ରେନ୍ ଇଞ୍ଜିନ ।

Related Posts