ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ; ପଢନ୍ତୁ କିଏ ହେଲେ କଟକ-ଭୁବନେଶ୍ୱର ନୂଆ ପୋଲିସ କମିଶନର

ସତ୍ୟପାଠ ବ୍ୟୁରୋ : ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର । ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଯାଇଛି । ଡ. ସୁଧାଂଶୁ ଷଡଙ୍ଗୀ ହୋଇଛନ୍ତି ନୂଆ ପୋଲିସ କମିଶନର ।ସତ୍ୟଜିତ୍ ମହାନ୍ତି ହେଲେ ଜେଲ୍ ବିଭାଗ ଏଡିଜି । ଆଶିଷ କୁମାର ସିଂହ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି । ସତ୍ୟଜିତ୍ ମହାନ୍ତିଙ୍କୁ ଜେଲ୍ ବିଭାଗର ଏଡିଜି ଦାୟିତ୍ୱ ସହ କରେକ୍ସନାଲ୍ ସର୍ଭିସର ନିର୍ଦ୍ଦେଶକ ଭାବେ ମଧ୍ଯ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଜେଲ୍ ବିଭାଗର ଆଇଜି ମହେନ୍ଦ୍ର ପ୍ରତାପଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍ ଏବଂ ଷ୍ଟେସନାରୀ ସଂସ୍ଥାର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏଡିଜି ଅପରେସନ୍ ଆର୍ପି କୋଚେଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି । ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଆଇଜି ରାଜେଶ କୁମାରଙ୍କୁ ଏସସିଆରବିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଶିଶ କୁମାର ସିଂଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ଆଶିଷ ସିଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦାୟିତ୍ୱରେ ଥିଲେ । ଏଚଆରପିସିର ଡିଆଇଜି ଦିପ୍ତେଶ୍ ପଟ୍ଟନାୟକଙ୍କୁ ଆଇଜି ପାହ୍ଯାକୁ ପଦୋନ୍ନତି ଦିଆଯିବା ସହ ତାଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

Related Posts