ୟୁନିଫର୍ମ ପିନ୍ଧି ନଥିବାରୁ କାର୍ଯ୍ୟାନୁଷ୍ଠାନ

ସତ୍ୟପାଠ ବ୍ୟୁରୋ : ସରକାରୀ ନିୟମ ନମାନି ଦଣ୍ଡିତ ହୋଇଛନ୍ତି ଶିକ୍ଷକ । ୟୁନିଫର୍ମ ନ ପିନ୍ଧି ସ୍କୁଲ ଆସି ପାଠ ପଢ଼ାଉଥିବା ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି ବ୍ଲକ ଶିକ୍ଷାଅଧିକାରୀ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଚିକିଲି ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜନି ୟୁନିଫର୍ମ ବଦଳରେ ବ୍ଲୁ ଜିନ୍ସ ଓ ଧଳା ସାର୍ଟ ପିନ୍ଧି ସ୍କୁଲ ଆସିଥିଲେ । ଶ୍ରେଣୀରେ ଶିକ୍ଷକ ଜଣକ ପାଠ ପଢ଼ାଉଥିଲେ ହଠାତ ସ୍କୁଲରେ ପହଂଚିଥିଲେ ବ୍ଲକ ଶିକ୍ଷାଧିକାରୀ ।

ଶିକ୍ଷକଙ୍କୁ ବିନା ୟୁନିଫର୍ମରେ ଦେଖି ତାଙ୍କୁ ପ୍ରଧାନଶିକ୍ଷକଙ୍କ ପ୍ରକୋଷ୍ଠକୁ ଡକାଇଥିଲେ ବିଇଓ । ୟୁନିଫର୍ମ କାହିଁକି ପିନ୍ଧି ନାହାଁନ୍ତି ବୋଲି ପଚାରିଥିଲେ । ତେବେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ଶିକ୍ଷକ । ଯେଉଁଥିପାଇଁ ଶୃଙ୍ଖଳାଭଙ୍ଗ ଅଭିଯୋଗରେ ଶିକ୍ଷକଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବାକୁ ଲିଖିତ ଭାବେ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଗକୁ ଏପରି ହେବ ନାହିଁ ବୋଲି ଶିକ୍ଷକ ଜଣକ କହିଛନ୍ତି ।

Related Posts