ଧାନ ସଂଗ୍ରହରେ ଅନିୟମିତତା; କଟନି ଛଟନି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଢାଳି ଚାଷୀଙ୍କ ବିକ୍ଷୋଭ

ଭୁବନେଶ୍ୱର, ୧୯/୧(ସତ୍ୟପାଠ ବ୍ୟୁରୋ): ଚାଷୀଙ୍କ ନିକଟରୁ ଧାନ ସଂଗ୍ରହରେ ଅନିୟମିତତା, କଟନି ଛଟନି ଓ ମିଲ୍ ମାଲିକଙ୍କ ମନମାନି ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି, ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲେ କୃଷକ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, FAQ ମାନ ଦର୍ଶାଇ ଜିଲ୍ଲାର ପାଟଣା ଠାରୁ ଆରମ୍ଭ କରି ତେଲକୋଇ, ହରିଚନ୍ଦନପୁର ଯାଏଁ ସମସ୍ତ ମଣ୍ଡିରେ ୪ ରୁ ୫ କେଜି ଧାନ କଟାଯାଉଛି । ଚାଷୀମାନଙ୍କୁ ଅଖା ଟଙ୍କା ମିଳୁ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ଏଥିସହ ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ ସରକାର କିଣିବା ସହିତ ଏହାର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ । ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀ ସେମାନଙ୍କ ଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଢ଼ାଳିବା ସହ ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ଘଣ୍ଟାଏ ବିଳମ୍ବରେ ପୋଲିସ ପହଞ୍ଚିଥିଲା। ଚାଷୀଙ୍କୁ ଆନ୍ଦୋଳନରୁ ଉଠାଇବା ସମୟରେ ପୋଲିସ ସହିତ ମୁଁହାମୁଁହି ହୋଇଛି।

Related Posts