‘ଚନ୍ଦ୍ରଯାନ-3’ ପାଇଁ ଇସ୍ରୋର ଯୋଜନା

ଆସନ୍ତାବର୍ଷ ପୁଣି ଆଉ ଏକ ଚନ୍ଦ୍ରଯାନ ପଠାଇବାକୁ ଯୋଜନା କରୁଛି ଇସ୍ରୋ । ଚନ୍ଦ୍ରଯାନ-2ରେ କେଉଁ କାରଣରୁ ସମସ୍ୟା ରହିଲା ତାର ସମୀକ୍ଷା କରି ଆଗାମୀ ମିଶନରେ ତାକୁ ସୁଧାରିବାକୁ ଉଦ୍ୟମ କରାଯିବ । ଆଇଆଇଟି ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଏଭଳି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ । ଚନ୍ଦ୍ରଯାନ-2ରେ ବ୍ୟବହୃତ ଲ୍ୟାଣ୍ଡର ବିକ୍ରମ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରି ନାହିଁ । ତେବେ ଚନ୍ଦ୍ର ଚାରିପଟେ ବୁଲୁଥିବା ଅରବିଟର ଠିକ୍‌ ଭାବେ କାମ କରୁଥିବା ସେ କହିଛନ୍ତି । ଏହା ଛଡ଼ା ଆସନ୍ତାବର୍ଷ ଗଗନଯାନ ମିଶନ ପାଇଁ କେତେ ଗୁଡ଼ାଏ କାମ ଆରମ୍ଭ ହେବ । 2021 ଜୁଲାଇ ସୁଦ୍ଧା ଦ୍ବିତୀୟ ମାନବବିହୀନ କିନ୍ତୁ ମାନବ ଅନୁକୂଳ ମହାକାଶ ଯାନ ପଠାଯିବ ।  2021 ଡିସେମ୍ବର ସୁଦ୍ଧା ଭାରତ ନିଜ ରକେଟ୍‌ ସାହାଯ୍ୟରେ ମହାକାଶକୁ ମଣିଷ ପଠାଯିବ ବୋଲି ଶିବନ କହିଛନ୍ତି ।

Related Posts