
ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଅଙ୍କକଷା । ବଦଳିଲେ ଶାସକ ଦଳ ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ । ପୂର୍ବ ଚୌକୀକୁ ଫେରିଲେ ରୋହିତ । ପ୍ରଣବଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କ ପୂର୍ବ ସରକାରରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଥିଲେ ରୋହିତ ପୂଜାରୀ । ବିଜେପୁର ଉପନିର୍ବାଚନ ପୂର୍ବରୁ ନବୀନଙ୍କ ଏଭଳି ପଦକ୍ଷେପକୁ ନେଇ ଅନେକ ପ୍ରଶ୍ନ ।
ପ୍ରଣବଙ୍କୁ କାହଁକି ଶାସକ ଦଳ ଉପମୁଖ୍ୟ ସଚେତକ ପଦରୁ ହଟାଇଲେ ନବୀନ ?
ବିଜେପୁର ଉପନିର୍ବାଚନ ପାଇଁ ପଶ୍ଚିମ ଓଡ଼ିଶାର ନେତାଙ୍କୁ ଖୁସ୍ କରିବାକୁ ଚାହଁଛନ୍ତି କି ନବୀନ ?
ବିଜେପୁରରେ କ’ଣ ରୋହିତ ପୂଜାରୀଙ୍କ ଏତେ ପ୍ରଭାବ ରହିଛି ?
ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ଭିତରେ ଅସନ୍ତୋଷ ରହିଛି କି ?
ଯଦି ସବୁ ଠିକ୍ ଅଛି ତେବେ ଉପନିର୍ବାଚନ ପୂର୍ବରୁ ହଠାତ୍ ନବୀନଙ୍କ ଏଭଳି ନିଷ୍ପତ୍ତି କାହିଁକି ?
ରୋହିତ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା । ତେଣୁ ବିଜେପୁର ଉପନିର୍ବାଚନ ପୂର୍ବରୁ ତାଙ୍କୁ ସନ୍ତୁଷ୍ଟ କରି ବିଜେଡି ସହଜ ବିଜୟ ହାସଲ କରିବାକୁ ଚାହୁଁଛି । ସେଥିପାଇଁ ରୋହିତ ପୂଜାରୀଙ୍କୁ ଶାସକ ଦଳ ଉପମୁଖ୍ୟ ସଚେତକ ପଦ ଦିଆଯାଇଥିବା କୁହାଯାଉଛି ।