(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟକୁ ଆସୁଥିବା ଘରୋଇ ଆଇଟି କମ୍ପାନୀଗୁଡିକୁ ରାଜଧାନୀ ଭୁବନେଶ୍ଵର ସମେତ ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକରେ ୨୨୮ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଘରୋଇ ସୂଚନା ପ୍ରଯୁକ୍ତି ସଂସ୍ଥାକୁ ଜମି ଯୋଗାଣ ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଏହିସବୁ ଆଇଟି କମ୍ପାନୀ ଗୁଡିକରେ ବୈଷୟିକ ପଦବୀରେ ପ୍ରାୟ ୮୦ ପ୍ରତିଶତ ଓଡିଆ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟରେ କାର୍ଯ୍ୟକ୍ଷମ ଘରୋଇ ଆଇଟି ସଂସ୍ଥାଗୁଡିକୁ ରାଜଧାନୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ୨୨୮ ଏକର ଜମି ଯୋଗାଇ ଦେଇଛନ୍ତି ।
ଏହି ଆଇଟି ସଂସ୍ଥାଗୁଡିକ ଦ୍ୱାରା ୨୦୨୦-୨୧ ବର୍ଷରେ ୪୭୦୧ କୋଟି ଟଙ୍କାର ବିଭନ୍ନ ସଫ୍ଟୱେର ରପ୍ତାନି କରାଯାଇଛି । ଏହିସବୁ ସଂସ୍ଥାରେ ବୈଷୟିକ ପଦରେ ପ୍ରାୟତଃ ୮୦ ପ୍ରତିଶତ ଓଡିଆ କାର୍ଯ୍ୟ କରୁଥିବା ନେଇ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
