ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରତ୍ନଭଣ୍ଡାରକୁ ନେଇ ରାଜ୍ୟରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ ବୟାନ ବାଜି ଚାଲିଥିବାର ଦେଖିବାକୁ ମିଳିଛି । ତେବେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସୋସିଆଲ ମିଡିଆରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁ ସ୍ୱରରେ ଅପପ୍ରଚାର କରାଯାଇଛି । ତାହା ଦୁର୍ଭାଗ୍ୟଜନକ । ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୁର ପରିହାସ । ରାଜନୈତିକ ଫାଇଦା ପାଇଁ କିଭଳି ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇପାରେ, ତାହା ଓଡ଼ିଶା ଦେଖିଲା । ରତ୍ନଭଣ୍ଡାରକୁ ନେଇ ବିଜେପି ରାଜ୍ୟବାସୀଙ୍କୁ ଯେଉଁଭଳି ବିଭ୍ରାନ୍ତ କରାଗଲା । ତାହା ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ସେପଟେ ରତ୍ନଭଣ୍ଡାରକୁ ପ୍ରଣବ ଦାସଙ୍କ ପୋଷ୍ଟ ନେଇ ବର୍ଷିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଯେ, ରତ୍ନଭଣ୍ଡାରକୁ ନେଇ ଅସମାହିତ ପ୍ରଶ୍ନ ଅଛି । ଏବେ ଯେଉଁ ବିଜୁ ଜନତା ଦଳର ନେତା ସୋସିଆଲ ମିଡ଼ିଆରେ ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରୁଛନ୍ତି । ତାଙ୍କ ଦୁଃସାହସ ଗୋଟେ ଦିନରେ ଛଡେଇ ଦେବୁ | ପୂର୍ବ ସରକାର ସମୟରେ ରତ୍ନଭଣ୍ଡାର କାହଁକି ଖୋଲିଲେ ନାହିଁ ? ଡୁପ୍ଲିକେଟ ଚାବି ଆସିଲା କେଉଁଠୁ ? ଏପରି ଅନେକ ଅସମାହିତ ପ୍ରଶ୍ନ ଅଛି । ଯଦି ଏସବୁ ପ୍ରଶ୍ନ ପଚାରିବୁ, ତେବେ ତାଙ୍କ ନେତା ଓ ବିଜୁ ଜନତା ଦଳକୁ ପାରାଲିସିସ ହୋଇଯିବ | ସେ ଭିତରକୁ ନଯାନ୍ତୁ | ଏହାକୁ ରାଜନୀତିକରଣ କରିବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ନୁହେଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
