ଗଣତନ୍ତ୍ର ଦିବସରେ ନେତାଜୀଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା ଆଶ୍ଚର୍ଯ୍ୟଜନକ; ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କରୋନାର ତୃତୀୟ ଲହୋର ସାରା ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଗଣତନ୍ତ୍ର ଦିବସ ପାଇଁ କେନ୍ଦ୍ର ସରକାର ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ର ଦିବସ ପ୍ୟାରେଡରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିବାର କଥା ସାମ୍ନାକୁ ଆସିଛି । ଏକ ଚିଠି ମାଧ୍ୟମରେ ସେ ପଶ୍ଚିମବଙ୍ଗର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରଜ୍ଞାପନ ମେଢ଼କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ତେବେ ଗଣତନ୍ତ୍ର ଦିବସ ପ୍ୟାରେଡରୁ ନେତାଜୀଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା, କେନ୍ଦ୍ରର ନିଷ୍ପତ୍ତିରେ ସେ ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି ।

ସେପଟେ ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖ୍ୟାନ ପାଇଁ କେନ୍ଦ୍ର ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରଜ୍ଞାପନ ମେଢ଼ ଏବଂ ଆଇଏନଏର ୧୨୫ ତମ ଜନ୍ମ ବାର୍ଷିକୀରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲା । କେବଳ ଏତିକି ନୁହେଁ ବରଂ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବଙ୍ଗଳା ଆଗରେ ରହିଛି। ଦେଶକୁ ବିଭାଜନ କରି ଲକ୍ଷ ଲକ୍ଷ ଲୋକଙ୍କୁ ହରାଇ ଦେଶର ସ୍ୱାଧୀନତା ପାଇଁ ରାଜ୍ୟ ସର୍ବାଧିକ ମୂଲ୍ୟ ଦେଇଛି। ତଥାପି ସ୍ୱାଧୀନତାର ୭୫ ତମ ବର୍ଷରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା ଆଶ୍ଚର୍ଯ୍ୟଜନକ ବୋଲି ସେ ଚିଠିରେ ଲେଖିଛନ୍ତି। ଏହା ସହ କେନ୍ଦ୍ରର ନିଷ୍ପତ୍ତିକୁ ଦଳ ବିରୋଧ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

Related Posts