ଗୋ- ସୁରକ୍ଷା କର୍ମୀଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଲେ ଦୁର୍ବୁତ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋ- ସୁରକ୍ଷା କର୍ମୀଙ୍କ ଉପରକୁ ଆଖି ବୁଜା ଫାୟାରିଂ । ବାଟରେ କିଛି ଗୋ-ସୁରକ୍ଷା କର୍ମୀ ଗାଡ଼ି ଅଟକାଇବାରୁ ସେମାନଙ୍କ ଉପରକୁ ହେଲା ଆଖିବୁଜା ଗୁଳି ଚାଳନା । ଏଥିରେ ୨ ଗୋ-ସୁରକ୍ଷା କର୍ମୀ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଆଜି ସକାଳେ ଘଟିଛି। ଏହି ଘଟଣାରେ ପୁଲିସ୍ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ୭ଟି ଟ୍ରକ୍ରେ କୋଲକାତା ଅଭିମୁଖେ ଗୋ ଚାଲାଣ କରୁଥିଲେ। ଏହି ଟ୍ରକଗୁଡ଼ିକୁ ଏସକର୍ଟ କରି ଆଗରେ ପଛରେ ୪ଟି ବୋଲେରୋ ଓ ସ୍ପର୍ପିଓରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗୋ-ଚାଲାଣକାରୀ ଯାଉଥିଲେ। ଖବର ପାଇ ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ଗୋ-ଚାଲାଣ ହେଉଥିବା ଗାଡ଼ିଗୁଡ଼ିକୁ ଅଟକାଇଥିଲେ।

Related Posts