ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପୂର୍ବତନ ଆଇପିଏସଙ୍କ ଘରେ ଆଇଟି ରେଡ । ନୋଇଡାରେ ଉତ୍ତର ପ୍ରଦେଶ କ୍ୟାଡରର ଆଇପିଏସ ଅଫିସର ଆରଏନ ସିଂଙ୍କ ଘରେ ଆୟକର ବିଭାଗ ୩ ଦିନ ହେବ ଚଢାଉ ଜାରି ରଖିଛି । ସୂଚନା ମୁତାବକ ଆଇପିଏସ୍ ଆର ଏନ ସିଂଙ୍କ ପୁଅ ନିଜ କୋଠାର ବେସମେଣ୍ଟରେ ଏକ ପ୍ରାଇଭେଟ ଲକର ଫାର୍ମ ଚଳାଉଛନ୍ତି ଏହି କ୍ରମରେ ସେ ଲକରଗୁଡିକୁ ଭଡା ଆକାରରେ ଦେଇଥାନ୍ତି । ଆୟକର ବିଭାଗ ଚଢାଉ ବେଳେ ଏହି ଲକରରୁ କୋଟି କୋଟି ଟଙ୍କା ଜବତ କରାଯାଇଛି । ହେଲେ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ କି ଏହି ଟଙ୍କା କାହାର । ଏନେଇ ଆଇପିଏସ ଆରଏନ ସିଂ କହିଛନ୍ତି କି ଏହି ଫାର୍ମ ତାଙ୍କ ପୁଅ ଚଳାଉଛନ୍ତି ଓ ସେ କମିଶନ ଆକାରରେ ଏହି ଲକର ଗୁଡିକୁ ଭଡାରେ ଲଗାଇଥାନ୍ତି ।
ଏହାସହ ସିଜ୍ ହୋଇଥିବା ଲକର ମଧ୍ୟରୁ ମାତ୍ର ୨ ଟି ଆରଏନ ସିଂଙ୍କର ବୋଲି ସେ ସ୍ୱିକାର କରିଛନ୍ତି ଓ ତାଙ୍କ ନିଜ ଲକରରୁ କିଛି ଟଙ୍କା ମିଳି ନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ପୂର୍ବ ଆଇପିଏସ ଆରଏନ ସିଂଙ୍କ ବୟାନ ମୁତାବକ ବ୍ୟାଙ୍କ ଭଳି ତାଙ୍କ ପୁଅ ଭଡାରେ ଲକର ଦେଇଥାନ୍ତି । ଏଠାରେ ବ୍ୟାଙ୍କ ଠାରୁ ଅଧିକ ସୁବିଧା ମିଳିଥାଏ । ଏହାସହ ଲକରରୁ ଜବତ ହୋଇଥିବା ସମସ୍ତ ଟଙ୍କାର ହିସାବ ତାଙ୍କ ପୁଅ ପାଖରେ ଥିବା ନେଇ ଦାବି କରିଛନ୍ତି ଆରଏନ ସିଂ ।