![](https://www.satyapatha.com/wp-content/uploads/2022/09/Screenshot_2022-09-01-10-05-37-89.png)
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ରାଜ୍ୟରେ କମିବା ପରେ ପୁଣି ଥରେ ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୧ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ, ଏନେଇ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ଥିବାରୁ ପ୍ରଶାସନିକ କଳକୁ ପ୍ରସ୍ତୁତ ରଖିବାକୁ ଏସ୍ଆରସିଙ୍କ ପକ୍ଷରୁ କୁହାଯାଇଛି ।
ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମୟୂରଭଞ୍ଜର ନୱାନାରେ ୫୨.୬, ମାଲକାନଗିରି ମାଥିଲିରେ ୪୨, ମୟୂରଭଞ୍ଜ ଶାମଖୁଣ୍ଟାରେ ୩୦, କୋରାପୁଟ କୋଟପାଡ଼ରେ ୧୩, କଟକ ମାହାଙ୍ଗାରେ ୯, ବାରିପଦାରେ ୭.୮, ଡାବୁଗାଁରେ ୭.୨ ମିଲିମିଟର ବର୍ଷା ହୋଇଛି ।