ଭୁବନେଶ୍ୱର,୧୨/୬(ସତ୍ୟପାଠ ବ୍ୟୁରୋ): ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିୟମିତ ଜାମିନ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଲାଗି ମାମଲା ଲଢ଼ୁଥିଲେ।
ପୂର୍ବରୁ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଥିଲା। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାରୁ ବିଜୟୀ ହୋଇଥିଲେ।