ଆନ୍ଧ୍ରରେ ନାଇଡୁ ସରକାର; ଶପଥ ନେଲେ ଚାନ୍ଦ୍ରବାବୁ

ଭୁବନେଶ୍ୱର,୧୨/୬(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡା ଉପକଣ୍ଠ କେସରପାଲ୍ଲୀର ଗାନ୍ନାଭାରାମ ବିମାନବନ୍ଦର ସମ୍ମୁଖରେ ଥିବା ମେଡା ଆଇଟି ପାର୍କ ନିକଟରେ ଆୟୋଜିତ ଉତ୍ସବରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚନ୍ଦ୍ରବାବୁଙ୍କ ସମେତ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏନ ଚନ୍ଦ୍ରବାବୁ ନାଇଡୁ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏଥର ପାଓ୍ବାର ଷ୍ଟାର ପଓ୍ବନ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Related Posts