ସମସ୍ତ କୋଭିଡ କଟକଣାକୁ ମାନି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ

jay jagannath

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତ ଏବଂ ଭଗବାନଙ୍କର ମିଳନ ହୋଇଛି । ପାଖାପାଖି ୪ମାସ ଧରି ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିନଥିଲେ । ହେଲେ ଗତ କାଲି ଠାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ଦର୍ଶନ । ପୁରୀବାସୀ ପରେ ପରେ ବର୍ତ୍ତମାନ ସାଧାରଣ ଲୋକଙ୍କ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ତେବେ ସମସ୍ତ କରୋନା କଟକଣାକୁ ମାନି ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଅପରିପକ୍ଷେ ଗହଳି ନିୟନ୍ତ୍ରଣ ପାଇଁ ବଡଦାଣ୍ଡରେ ବ୍ୟାରିକେଡ୍ କରାଯାଇଛି । ସମସ୍ତେ ଏହି ବ୍ୟାରିକେଡ ଦେଇ ସିଂହଦ୍ୱାର ଭିତରକୁ ପ୍ରବେଶ କରିବେ । ଏହି ସମୟରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ମହାମାରୀ କରୋନା ପାଇଁ ବଡ଼ ଦେଉଳରେ ଭକ୍ତ ପ୍ରବେଶକୁ ବାରଣ କରାଯାଇଥିଲା ।

ହେଲେ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଥିବାରୁ କରୋନା ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ନେଇ ଅନୁମତି ମିଳିଛି । ଅନ୍ୟପଟେ କରୋନାର ଦୁଇଟି ଟୀକା ନେଇଥିବା ବ୍ୟକ୍ତି କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ଭକ୍ତ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲି ଗାଇଡଲାଇନ ଜାରି କରାଯାଇଛି ।

Related Posts