ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ, ଜାଣନ୍ତୁ କିଏ ହେଲା ଟପ୍ପର…

ଆଜି ପ୍ରକାଶ ପାଇଛି ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ରେଜଲ୍ଟ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ୩୬୦ରୁ ୩୩୭ ନମ୍ୱର ରଖି ଟପ୍ପର ହୋଇଛନ୍ତି। ଜେଇଇ ମେନରେ ସେ ୧୮ତମ ରାଙ୍କ ହାସଲ କରିଥିଲେ।

ମୋଟ ୧ ଲକ୍ଷ ୬୧ ହଜାର ୩୧୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମୋଟ ୩୮ ହଜାର ୭୦୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୫, ୩୫୬ ଜଣ ଝିଅ ରହିଛନ୍ତି। ଝିଅଙ୍କ ମଧ୍ୟରୁ ତେଲେଙ୍ଗାନା ମଧପୁରର ଶବନମ ସାହୟ ୩୭୨ରୁ ୩୦୮ ନମ୍ୱର ରଖି ଟପ୍ପର ହୋଇଛନ୍ତି।

କାର୍ତ୍ତିକେୟଙ୍କ ଘର ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳର। ସେହିପରି ୨ୟରେ ରହିଛନ୍ତି ଆଲ୍ଲାହାବାଦର ହିମାଂଶୁ ସିଂହ। ଏବଂ ତୃତୀୟରେ ରହିଛନ୍ତି ଦିଲ୍ଲୀର ଅର୍ଚ୍ଚିତ ବୁବନା।

ପ୍ରବେଶିକା ପରୀକ୍ଷାର୍ଥୀମାନେ jeeadv.ac.in ଏବଂ results.jeeadv.ac.in ୱେବସାଇଟ୍‌କୁ ଯାଇ ନିଜ ଫଳାଫଳ ଦେଖିପାରିବେ।

Related Posts