ପ୍ରେମରେ ଭିଜିଲା ରଜ

ସତ୍ୟପାଠ ବ୍ୟୁରୋ : ରଜ ବଜାରରେ ମୁକ୍ତିଲାଭ କରିଛି ଦୁଇଟି ଓଡି ଚଳଚ୍ଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଗୋଲମାଲ ଲଭ୍’ ଓ ‘ତୁ ମୋ ଲଭ୍ ଷ୍ଟୋରୀ-ଟୁ’ ରିଲିଜ ହୋଇଛି ।

ଗୋଲମାଲ ଲଭ’ରେ ଦେଖିବାକୁ ମିଳିଛି ବାବୁଶାନ ଓ ତମନ୍ନାଙ୍କ ଯୋଡି । ସିନେମାରେ ବାବୁଶାନ ଜଣେ ଏନଆରଆଇକୁ ବାହାହୋଇ ଲଣ୍ଡନରେ ସେଟେଲ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ହଠାତ ତାଙ୍କୁ ମିଳି ଯାଏ ଲଣ୍ଡନ ଯିବାର ରାସ୍ତା । ଆଉ ଏହାପରେ କଣ ହୁଏ ତାହା ସିନେମାରେ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ନିର୍ଦ୍ଦେଶକ ଅଶୋକ ପତି । ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଶ୍ରୀତମ ଦାସ ଓ ଜୀବନ ପଣ୍ଡା ପ୍ରମୁଖ ନଜର ଆସିଥିବା ବେଳେ ଅଭିଜିତ ମଜୁମ ଦାରଙ୍କ ସଂଗୀତ ରଜ ବଜାରରେ ନିଆଁ ଲଗାଇ ଦେଇଛି ।

ସେହିଭଳି ଟିନ୍ ଇଜ୍ ଲଭଷ୍ଟୋରୀକୁ ନେଇ ଗତିଶୀଳ ହୋଇଛି ସ୍ୱରାଜ ଓ ଭୁମିକାଙ୍କ ଅଭିନୀତ ତୁ ମୋ ଲଭ୍ ଷ୍ଟୋରୀ-ଟୁ । ଏହା ତୁ ମୋ ଲଭ ଷ୍ଟୋରୀର ସିକ୍ୱେଲ । ଏହାର ସଂଗୀତ ଗୁଡିକ ବେଶ ମନଛୁଆଁ ହୋଇଥିବା ବେଳେ ସ୍ୱରାଜ ଓ ଭୁମିକାଙ୍କ ଯୋଡି ଦର୍ଶକଙ୍କୁ କାଫି ପସନ୍ଦ ଆସିଛି ।

Related Posts