ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍‌ଙ୍କ ନିଧନ, 88 ବର୍ଷ ବୟସରେ ପରଲୋକ

1967ରେ ଦକ୍ଷିଣ ବମ୍ବେରୁ ପ୍ରଥମ ଥର ପାଇଁ ହୋଇଥିଲେ ସାଂସଦ । ମୋରାରଜୀ ଦେଶାଇଙ୍କ ସରକାରରେ ଥିଲେ ଉଦ୍ୟୋଗ ମନ୍ତ୍ରୀ । ଭି.ପି ସିଂହ ସରକାରରେ ରେଳ ମନ୍ତ୍ରୀ । 1999 କାରଗିଲ ଯୁଦ୍ଧ ସମୟରେ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍‌ଙ୍କର ମଙ୍ଗଳବାର 88 ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଆଲଜାଇମର୍ସ ରୋଗରେ ପୀଡ଼ିତ ଥିଲେ ଜର୍ଜ ଫର୍ଣ୍ଣାଣ୍ଡିସ୍‌ । ଫଳରେ ତାଙ୍କୁ କିଛି ମନେ ରହୁନଥିଲା ।

1967ରେ ପ୍ରଥମ ଥର ହୋଇଥିଲେ ସାଂସଦ

1930 ଜୁନ୍‌ 30 ତାରିଖରେ ଜନ୍ମ ହୋଇଥିବା ଜର୍ଜ ଭାରତୀୟ ବ୍ୟବସାୟ ସଂଗଠନର ନେତା ଥିଲେ । ସେ ସାମ୍ବାଦିକ ବି ରହିଥିଲେ । 1967ରେ ଦକ୍ଷିଣ ବମ୍ବେରୁ କଂଗ୍ରେସର ଏସ୍‌.କେ ପାଟିଲ୍‌ଙ୍କୁ ହରାଇ ପ୍ରଥମ ଥର ସାଂସଦ ହୋଇଥିଲେ । 1975ର ଜରୁରୀ ପରିସ୍ଥିତି ପରେ ଫର୍ଣ୍ଣାଣ୍ଡିସ୍‌ ବିହାର ମୁଜାଫରପୁର ଆସନରୁ ଜିତିଥିଲେ ।

ତାଙ୍କୁ ମୋରାରଜୀ ଦେଶାଇଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ପଦ ଦିଆଯାଇଥିଲା । ଏହା ଛଡ଼ା ସେ ଭି.ପି ସିଂହ ସରକାରରେ ରେଳ ମନ୍ତ୍ରୀ ପଦ ବି ସମ୍ଭାଳିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ଗଠିତ ଏନ୍‌ଡିଏ ସରକାର(1998-2004)ରେ ଫର୍ଣ୍ଣାଣ୍ଡିସ୍‌ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । କାରଗିଲ୍‌ ଯୁଦ୍ଧ ସମୟରେ ସେ ହିଁ ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ବରେ ଥିଲେ ।

9 ଥର ଜିତିଥିଲେ ଲୋକସଭା ନିର୍ବାଚନ

1967 ରୁ 2004 ଯାଏଁ 9 ଥର ସେ ଲୋକସଭା ନିର୍ବାଚନ ଜିତିଥିଲେ । ଜରୁରୀ ପରିସ୍ଥିତି ସମୟରେ ସେ ଶିଖ୍‌ଙ୍କ ବେଶଭୂଷାରେ ବୁଲୁଥିଲେ । ଗିରଫଦାରୀରୁ ବଞ୍ଚିବା ପାଇଁ ସେ ନିଜକୁ ଲେଖପ ଖୁସୱନ୍ତ ସିଂହ ବୋଲି କହୁଥିଲେ ।

Related Posts