ଝାରସୁୁଗୁଡା ଉପନିର୍ବାଚନ; ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୩୧/୩ (ସତ୍ୟପାଠ ବ୍ୟୁରୋ): ଝାରସୁୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଜେଡି ପକ୍ଷରୁ ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ପ୍ରାର୍ଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ତେବେ ଦୀପାଳି ଦାସ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ଜଣା ପଡ଼ୁଥିଲା। ଶେଷରେ ତାଙ୍କୁ ହିଁ ଦଳ ପ୍ରାର୍ଥୀ କରିଛି। ତେବେ ନବ ଦାସ ବଞ୍ଚିଥିବା ସମୟରୁ ଦୀପାଳି ରାଜନୈତିକ ମଇଦାନରେ ଉଭା ସାରିଥିଲେ। ନବ ଦାସ୍ ତାଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବରେ ମଧ୍ୟ ଏକ ପ୍ରକାର ଘୋଷଣା କରି ସାରିଥିଲେ। ଦୀପାଳି ଝାରସୁଗୁଡ଼ାର ବିଧାୟକ ପ୍ରତିନିଧି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ଏବଂ ବାପାଙ୍କ ସଙ୍ଗଠନ କଥା ବୁଝୁଥିଲେ। ଶେଷରେ ଦଳ ମଧ୍ୟ ତାଙ୍କ ଉପରେ ଭରସା କରିଛି।

ସେପଟେ ଝାରସୁଗୁଡ଼ା ରେ ଉପନିର୍ବାଚନ ଘୋଷଣା ହେବାର ୨ଦିନ ମଧ୍ୟରେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି। ନିକଟରେ ରାଜ୍ୟରେ ହୋଇଥିବା ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ବିଜେଡି ସଭା ଶେଷରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଝାରସୁଗୁଡାରେ ଦଳ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପଟେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ଅଧିକ ଗୁରୁତ୍ବ ରଖିଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଖାଲି ପଢିଥିଲା । ଗତ ମାର୍ଚ୍ଚ ୨୯ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ ଏଠାରେ ଉପନିର୍ବାଚନ ଘୋଷଣା କରିଥିଲେ । ଏଠାରେ ବର୍ତ୍ତମାନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଉପ ନିର୍ବାଚନ ପାଇଁ ଏପ୍ରିଲ ୧୦ ତାରିଖରେ ଭୋଟ ଗ୍ରହଣ ହେବ।

Related Posts