ଖୋଲିଲା JNU ମୁଖାଧାରୀଙ୍କ ମୁଖା

ନୂଆଦିଲ୍ଲୀ: ଜେଏନୟୁ ହିଂସା ଘଟଣାରେ ଖବରଦାତା ସମ୍ମିଳନୀ କରି ଦିଲ୍ଲୀ ପୋଲିସ କେତେକ ଫଟୋ ଜାରି କରିଛି । ଦିଲ୍ଲୀ ପୋଲିସର ପିଆରଓ ଏସଏସ ରନ୍ଧାଓ୍ବା ଫଟୋ ଏବଂ ନାମ ଜାରି କରି କହିଛନ୍ତି କି, ବର୍ତ୍ତମାନ ଯାଞ୍ଚ ଚାଲିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଜେଏନୟୁର ପୂର୍ବତନ ଛାତ୍ର ଚୁନମୁନ କୁମାର, ଏବର ଅଧ୍ୟକ୍ଷ ଆଇଶୀ ଘୋଷ, ଡୋଲନ ସମାନ୍ତା, ବିକାଶ ବିଜୟ, ପ୍ରିୟା ରଞ୍ଜନ, ସୁଚେତା ତାଲୁକଦାର, ପଙ୍କଜ ମିଶ୍ରା, ଯୋଗେନ୍ଦ୍ର ଭରଦ୍ବାଜ, ବିକାଶ ପଟେଲ ସାମିଲ ଥିବା କହିଛନ୍ତି । ଏ ସମସ୍ତଙ୍କ ବିରୋଧରେ ସିସିଟିଭି କ୍ୟାମେରା ତଥ୍ୟ ସିସିଟିଭିରୁ ମିଳିଛି । ଏହି ଛାତ୍ରଙ୍କ ମଧ୍ୟରେ ୪ଜଣ ଲେଫ୍ଟରୁ ଥିବାବେଳେ ଯୋଗେନ୍ଦ୍ର ଭରଦ୍ବାଜ ଏବଂ ବିକାଶ ପଟେଲ ଏବିଭିପି ସହ ଜଡ଼ିତ ବୋଲି କୁହାଯାଇଛି । ଦିଲ୍ଲୀ ପୋଲିସର କ୍ରାଇବ୍ରାଞ୍ଚ ଡିସିପି ଜୟ ତିର୍କୀ କହିଛନ୍ତି କି ‘‘ଏହି ମାମଲାରେ କୌଣସି ସନ୍ଦିଗ୍ଧଙ୍କୁ ଗିରଫ କରାଯାଇନାହିଁ । କିନ୍ତୁ ଜଲଦି ପଚରା ଉଚରା ଆରମ୍ଭ କରାଯିବ ।

ତେବେ ସାବରମତି ହଷ୍ଟେଲରେ ଭଙ୍ଗାରୁଜା ସମୟର ଭିଡିଓ ଯାହା ବେଶି ଭାଇରାଲ ହୋଇଥିଲା ସେନେଇ କୌଣସି ଫଟୋ ଜାରିକରାଯାଇନାହିଁ । ପୋଲିସ ପକ୍ଷରୁ କୁହାଯାଇଛି କି ବହୁତ ଜଣ ଛାତ୍ର ପଢ଼ିବା ପାଇଁ ଚାହାନ୍ତି, କିନ୍ତୁ ଲେଫ୍ଟର ୪ଟି ଗୃପର ଛାତ୍ର ସେମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ଦେଉନାହାନ୍ତି । ଏପରିକି ଷ୍ଟାଫମାନଙ୍କ ସହ ଠେଲାପେଲା କରିବା ସହ ସର୍ଭର ବନ୍ଦ କରିଦେଉଛନ୍ତି’’ । ଦିଲ୍ଲୀ ପୋଲିସ ଆରୋପ ଲଗାଇଛି କି ଲେଫ୍ଟ ସଂଗଠନର ଛାତ୍ରମାନେ ପେରିଆର ହଷ୍ଟେଲ ଉପରେ ଆକ୍ରମର କରିଥିଲେ । ସାବରମତି ହଷ୍ଟେଲ ଉପରେ ହୋଇଥିବା ଆକ୍ରମଣ ସୁନିୟୋଜିତ ଥିଲା ଏବଂ ରୁମ ଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ବୋଲି ପୋଲିସ ସ୍ବୀକାର କରିଛି ।

ଦିଲ୍ଲୀ ପୋଲିସ ଫଟୋ ଜାରି କରିବା ପରେ ଛାତ୍ରସଂଘ ଅଧ୍ୟକ୍ଷ ଆଇଶୀ ଘୋଷ କହିଛନ୍ତି ‘‘ମୋର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଏବଂ ନିରପେକ୍ଷ ଭାବେ ଏହାର ଯାଞ୍ଚ ହେବ ଓ ମୋତେ ନ୍ୟାୟ ମିଳିବ । କିନ୍ତୁ ଦିଲ୍ଲୀ ପୋଲିସ ପକ୍ଷପାତ କରୁଛି । ମୋର ଅଭିଯୋଗ ଏଫଆଇଆର ଭାବେ ରୁଜୁ କରାଯାଇନାହିଁ । ମୁଁ କୌଣସି ମାରପିଟ କରିନାହିଁ । ଦିଲ୍ଲୀ ପୋଲିସ ନିଜ ଯାଞ୍ଚ କରିପାରେ । ମୋ ପାଖରେ ଦେଖାଇବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି କି ମୋ ଉପରେ କିପରି ଆକ୍ରମଣ କରାଯାଉଛି’’ ।
‘‘ଜେଏନୟୁରେ ହିଂସା କରାଇବା ଲାଗି ହ୍ବାଟସଆପ ଗୃପ ମଧ୍ୟ ବନାଯାଇଥିଲା । ମୁଖାପିନ୍ଧା ଆକ୍ରମଣକାରୀମାନେ ଜାଣିଥିଲେ କି ସେମାନେ କେଉଁ କେଉଁ ରୁମକୁ ଯିବେ । ହିଂସାର ସିସିଟିଭି ଫୁଟେଜ ମିଳିନାହିଁ । କିନ୍ତୁ ଆମେ ଭାଇରାଲ ଭିଡିଓ ମାଧ୍ୟମରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇଛୁ । ଏହାକୁ ନେଇ ଆମେ ୩୦-୩୨ଜଣ ସାକ୍ଷୀଙ୍କ ସହ କଥା ମଧ୍ୟ ହୋଇଛୁ’’ ବୋଲି ତିର୍କୀ କହିଥିଲେ ।

Related Posts