‘6’ରେ ଶଙ୍ଖ ଫୁଙ୍କିବେ ଯୋଗେଶ

ଆସନ୍ତା 6 ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେବେ କଂଗ୍ରେସରୁ ନିଲମ୍ବିତ ବିଧାୟକ ଯୋଗେଶ ସିଂହ । ବୁଧବାର ଏକ କାର୍ଯ୍ୟକ୍ରମରେ ନବୀନଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିବେ ସୁନ୍ଦରଗଡ଼ର ଏହି ନେତା । ପୂର୍ବରୁ ଯୋଗେଶ ବିଜେଡିରେ ମିଶିବା ନେଇ ଇସାରା ଦେଇଥିବାବେଳେ ଆଜି ସ୍ପଷ୍ଟ କରିଛନ୍ତି । ସୁନ୍ଦରଗଡ଼ର ବିକାଶ ପାଇଁ ସେ ବିଜୁ ଜନତା ଦଳରେ ଯୋଗ ଦେଉଥିବା କହିଛନ୍ତି ।

ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସର ଥିବା ହାତ ଗଣତି ବିଧାୟକଙ୍କ ମଧ୍ୟରୁ ଜଣେ ପରେ ଜଣେ ଦଳ ଛାଡ଼ିବା ପିସିସି ସଭାପତିଙ୍କ ପାଇଁ ପାଲଟିଛି ଟେନ୍‌ସନ୍‌ର କାରଣ ।

Related Posts