‘2014 ନିର୍ବାଚନ ଜିତିବାକୁ ମୋତେ ବ୍ୟବହାର କରିଥିଲା ବିଜେପି’;ମୋଦି ଓ କେଜରିୱାଲ୍‌ଙ୍କ ବିରୋଧରେ ଆନ୍ନାଙ୍କ ବିଷୋଦ୍‌ଗାର

ବିଜେପି ବିରୋଧରେ ସମାଜସେବୀ ଆନ୍ନା ହଜାରେଙ୍କ ବିଷୋଦଗାର । ୨୦୧୪ ଲୋକସଭା ନିର୍ବାଚନ ଜିତିବା ପାଇଁ ବିଜେପି ତାଙ୍କୁ ବ୍ୟବହାର କରିଥିଲା ବୋଲି କହିଛନ୍ତି ଆନ୍ନା । ଲୋକପାଳ ପାଇଁ ତାଙ୍କର ଆମରଣ ଅନଶନ ଯୋଗୁଁ ଉଭୟ ବିଜେପି ଓ ଆମ୍ ଆଦମୀ ପାର୍ଟିକୁ ଫାଇଦା ହୋଇଥିଲା । ଏବେ କିନ୍ତୁ ଆଉ ଦୁଇ ଦଳ ପ୍ରତି ତାଙ୍କର ସମ୍ମାନ ନାହିଁ ବୋଲି ଆନ୍ନା ହଜାରେ କହିଛନ୍ତି ।

ଲୋକପାଳ ନିଯୁକ୍ତି ଦାବିରେ ରାଲେଗାଁଓ ସିଦ୍ଧିରେ ଆନ୍ନା ୬ ଦିନ ହେଲା ଅନଶନରେ ବସିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ବିଜେପି ନେତୃତ୍ବରେ ଚାଲୁଥିବା ମହାରାଷ୍ଟ୍ର ସରକାର ମଧ୍ୟ ଗତ ଚାରି ବର୍ଷ ହେବ କେବଳ ମିଛ କଥା କହିଆସୁଛି ।

ପୂର୍ବତନ ସହଯୋଗୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବର୍ତ୍ତମାନ ତାଙ୍କର ଆନ୍ଦୋଳନରେ ଯଦି ସାମିଲ ହେଲେ, ସେ ତାହାକୁ ସ୍ବାଗତ କରିବେ । କିନ୍ତୁ ଅରବିନ୍ଦଙ୍କୁ ତାଙ୍କ ମଞ୍ଚରେ ରହିବାକୁ ସେ ଅନୁମତି ଦେବେ ନାହିଁ । ଲୋକପାଳ ଦାବି ପୂରଣ ନ ହେଲେ ପଦ୍ମଭୂଷଣ ସମ୍ମାନ ସେ କେନ୍ଦ୍ର ସରକାରଙ୍କୁ ଫେରାଇ ଦେବେ ବୋଲି ଗତକାଲି ଆନ୍ନା କହିଥିଲେ ।

Related Posts