ବିଜେଡିରେ ସାମିଲ ହେଲେ ଜଣାଶୁଣା ଟିଭି ଉପସ୍ଥାପକ ବରିଷ୍ଠ ସାମ୍ବାଦିକ ସ୍ବୟଂପ୍ରକାଶ ମହାପାତ୍ର

ଭୁବନେଶ୍ବର: ଶଙ୍ଖ ଫୁଙ୍କିଲେ ବରିଷ୍ଠ ସାମ୍ବାଦିକ ସ୍ବୟଂପ୍ରକାଶ ମହାପାତ୍ର । ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ବୟଂପ୍ରକାଶ ମହାପାତ୍ର ଆଜି ବିଜେଡ଼ିରେ ସାମିଲ୍ ହୋଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶିବା ପରେ ତାଙ୍କୁ ଦଳର ଡିଜିଟାଲ ୱିଙ୍ଗ ହେଡ ପ୍ରମୁଖ ଭାବେ ଦାୟିତ୍ବ ମିଳିବ ବୋଲି ବୋଲି ଚର୍ଚ୍ଚା ହେଉଛି । ଗତକିଛି ମାସ ପୂର୍ବରୁ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ, ମିହିର ରାୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

Related Posts