ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କୁ ମାଡ ପ୍ରସଙ୍ଗ

ସତ୍ୟପାଠ ବ୍ୟୁରୋ : ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ମାଡ ପ୍ରସଙ୍ଗ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ ବେଳେ ବାରିମୂଳ ଠାରେ ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ ଧକ୍କା ମାରିଥିଲେ ଏସପି ନୀତିଶେଖର । ତେବେ ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏସପିଙ୍କ ଏଭଳି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ବିରୋଧୀ ।

ଏ ଘଟଣା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ । ତେଣୁ ସଂପୃକ୍ତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯାଉ ଓ ତାଙ୍କୁ ନିଲମ୍ବନ କରାଯାଉ ବୋଲି ଦାବୀ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ଏହାକୁ ନବୀନ ତନ୍ତ୍ର କହି କଟାକ୍ଷ କରିଛନ୍ତି ।

ଏ ପ୍ରସଙ୍ଗକୁ ନେଇ ବିରୋଧୀ ହୋ-ହାଲ୍ଲା କରିଥିବା ବେଳେ ବାଚସ୍ପତି ରୁଲିଂ ନଦେବାରୁ ବିଜେପି ନେତା ଗୃହର ମଧ୍ୟଭାଗରେ ଧାରଣାରେ ବସିଛନ୍ତି । ଏହାକୁ ନେଇ ବାଚସ୍ପତି ୧୫ମିନିଟ ପାଇଁ ଗହ ମୂଲତବୀ ରଖିଥିଲେ ।

Related Posts