ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ

ସତ୍ୟପାଠ ବ୍ୟୁରୋ : ଯାନ୍ତ୍ରୀକ ତୃଟି କାରଣରୁ ଉତେ୪ପଣ ହୋଇ ପାରିନଥିବା ଚନ୍ଦ୍ରଯାନ-୨ ର ଉତକ୍ଷେପଣ ତାରିଖ ଘୋଷଣା ହୋଇଛି । ଜୁଲାଇ ୨୨ ତାରିଖ ଅପରାହ୍ନ ୨.୪୩ରେ ଏହାର ଉତକ୍ଷେପଣ ହେବ ବୋଲି ବିଧିବଦ୍ଦ ସୂଚନା ଦିଆଯାଇଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ତରଫରୁ ଏହି ସୂଚନା ଦିଆଯାଥିବା ଜଣାପଡିଛି ।

 

ପୂର୍ବରୁ ଜୁଲାଇ ୧୫ ତାରିଖରେ ହେବାକୁ ଥିବା ଏହି ପରୀକ୍ଷଣକୁ ଯାନ୍ତ୍ରୀକ ତ୍ରୁଟି ପାଇଁ ସ୍ଥଗିତ ରଖାଯାଇଥିଲା । ଉତ୍କ୍ଷେପଣ ଅଧିକ ବିଳମ୍ବ ହୋଇଥିଲେ ମିଶନକୁ ଅଧିକ କ୍ଷତି ସହିବାକୁ ପଡିଥାନ୍ତା, କିନ୍ତୁ ଏବେ ଏହା ସୋମବାର ଦିନ ହେବାକୁ ଯାଉଛି ଯାହା ଭାରତ ଏବଂ ଇସ୍ରୋ ପାଇଁ ଶୁଭ ସଂକେତ ।

Related Posts