ବିଦେଶ ଯାତ୍ରା କରିପାରିବେ ସାମ୍ବାଦିକା ରାଣା ଆୟୁବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ସାମ୍ବାଦିକା ରାଣା ଆୟୁବ ସପକ୍ଷରେ ଆସିଛି ରାୟ । ଆଣିକି ବିଦେଶ ଯାତ୍ରା କରିପାରିବେ ସାମ୍ବାଦିକା ରାଣା ଆୟୁବ। ବିଦେଶ ଯାତ୍ରା ପାଇଁ ସୋମବାର ରାଣାଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ଆୟୁବଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା ଲଢ଼ୁଥିଲେ ଓକିଲ ବ୍ରୃନ୍ଦା ଗ୍ରୋଭର। ମାମଲା ଲଢ଼ିଲା ବେଳେ ବୃନ୍ଦା କୋର୍ଟରେ ଯୁକ୍ତି ରଖିଥିଲେ ଯେ ତାଙ୍କ ମହକିଲ ରାଣା ସବୁବେଳେ ଇଡିଙ୍କ ସମ୍ପର୍କରେ ରହିଛନ୍ତି। ଏବଂ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି ମଧ୍ୟ ଅଛନ୍ତି। ତେବେ କାହିଁକି ତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ହାଇକୋର୍ଟରେ ତର୍କ ରଖିଥିଲେ। ଏପଟେ ଇଡିର କହିବା କଥା ହେଲା ରାଣାଙ୍କ ବିରୋଧରେ ଯେଉଁ ଦୁର୍ନୀତି ମାମଲା ଚାଲିଛି, ସେ ସେଥିରୁ ଖସିଯିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ତଦନ୍ତରେ ସହଯୋଗ କରୁ ନହାନ୍ତି କି ଆସୁ ନାହାଁନ୍ତି ବୋଲି ଇଡି ଅଭିଯୋଗ କରିଛି। ହେଲେ ରାଣାଙ୍କ ଓକିଲ ବୃନ୍ଦା କିନ୍ତୁ ଇଡିରି ଏହି ଦାବିକୁ କୋର୍ଟରେ ଖାରଜ କରିଛନ୍ତି।

ସୂଚନା ଥାଉକି, ରାଣାଙ୍କ ବିରୋଧରେ ତିନୋଟି କମ୍ପାନୀରୁ ୨.୬୯ କୋଟି ଟଙ୍କାର ଡୋନେସନ୍‌ ନେଇଥିବାର ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୮୦.୪୯ ଲକ୍ଷ ଟଙ୍କା ସେ ବିଦେଶୀ ମୁଦ୍ରା ଆକାରରେ ବିଦେଶରୁ ଆଣିଛନ୍ତି। ପରେ ରାଣା ସେଗୁଡ଼ିକୁ ଫେରାଇ ଦେଇଥିଲେ। ଏହା ଫରେନ୍ କଣ୍ଟ୍ରିବ୍ୟୁସନ ରେଗୁଲେସନ୍ ଆକ୍ଟ(FCRA) ଉଲ୍ଲଂଘନ ବୋଲି ଇଡି ଅଭିଯୋଗ କରିଛି।

Related Posts