ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜ୍ଞାନବ୍ୟାପି ମସଜିଦ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଚାରପତି ବିଚାରପତି ରବି କୁମାର ଦିବାକରଙ୍କୁ ମିଳିଲା ଧମକ । ସେପଟେ ଗୃହ ବିଭାଗର ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ ଏବଂ ବାରାଣସୀ ପୋଲିସ କମିସନ୍ରେଟ୍ଙ୍କୁ ଦିବାକର କହିଛନ୍ତି, ସେ ରେଜିଷ୍ଟ୍ରି ପୋଷ୍ଟ୍ରେ ପାଇଥିବା ଚିଠିଟି ‘ଇସ୍ଲାମିକ୍ ଆଗଜ୍ ଆନ୍ଦୋଳନ’ ତରଫରୁ କାଶିଫ୍ ଅହମଦ୍ ସିଦ୍ଦିକି ଲେଖିଥିବା ପରି ମନେହେଉଛି। ବିଚାରପତି ଉକ୍ତ ଚିଠିଟି ପାଇଛନ୍ତି ବୋଲି ବାରାଣସୀ ପୁଲିସ୍ କମିସନର୍ ଏ. ସତୀଶ ଗଣେଷ କହିଛନ୍ତି। ଡେପୁଟି ପୁଲିସ କମିସନର୍ ବରୁଣ ଘଟଣାର ତଦନ୍ତ କରୁଛନ୍ତି। ବିଚାରପତିଙ୍କ ସୁରକ୍ଷା ନିମନ୍ତେ ସମୁଦାୟ ୯ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଅନ୍ୟପଟେ ଏହି ଚିଠିଟି ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏଥିରେ ଉଲ୍ଲେଖ ଅଛି ଯେ ଜ୍ଞାନବାପି ମସ୍ଜିଦ୍ ପରିସରରେ କରାଯାଇଥିବା ସର୍ଭେ ସାଧାରଣ ପ୍ରକ୍ରିୟା ବୋଲି ଆପଣ ମନ୍ତବ୍ୟ ଦେଇଛନ୍ତି। ଆପଣ ଜଣେ ପ୍ରତିମା ଉପାସନାକାରୀ, ଆପଣ ମସ୍ଜିଦ୍କୁ ମନ୍ଦିର ବୋଲି ଘୋଷଣା କରିବେ। ଜଣେ ହିନ୍ଦୁ ବିଚାରପତିଙ୍କ ଠାରୁ କୌଣସି ମୁସଲମାନ ଉଚିତ ବିଚାର ପାଇବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।