ଗତ ବର୍ଷ ଭଳି ଏଥର ବି କେବଳ ପୁରୀରେ ରଥଯାତ୍ରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏସ୍ଆରସିଙ୍କ ସୂଚନା ମୁତାବକ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ କେବଳ ସେବାୟତମାନେ ହିଁ ଭାଗ ନେଇପାରିବେ । କେବଳ ସେବାୟତ ଓ ସୁରକ୍ଷାକର୍ମୀ ହିଁ ରଥ ଟାଣି ପାରିବେ ବୋଲି ଏସ୍ଆରସି କହିଛନ୍ତି । ଯେଉଁ ସେବାୟତମାନେ ଦୁଇ ଥର କୋଭିଡ୍ ଟିକା ନେଇସାରିଥିବେ କିମ୍ବା ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ନୀତିକାନ୍ତିରେ ଭାଗ ନେଇପାରିବେ । କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ହେବ । ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ । କୋଭିଡ୍ କଟକଣା ଯୋଗୁଁ ଗୋଟିଏ ରଥରେ ୫୦୦ଲୋକରୁ ଅଧିକ ରହିବେ ନାହିଁ । ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ରହିବ । କଟକଣାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମୟରେ ପୁରୀରେ କର୍ଫ୍ୟୁ ଲାଗିବ ଏବଂ ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଶେଦ୍ଧ । ପୁରୀ କୁ ଟ୍ରେନ ସମେତ ଅନ୍ୟ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନାଯୋଗ୍ୟ ଆସନ୍ତା ଜୁଲାଇ ୧୨ ତାରିଖରେ ହେବ ମହାପ୍ରଭୁଙ୍କ ରଥଯାତ୍ରା।

Related Posts