ରାଜନୀତିରୁ ସନ୍ୟାସ ନେବେ କୁମାରସ୍ୱାମୀ !

ସତ୍ୟପାଠ  ବ୍ୟୁରୋ : ରାଜନୀତିରୁ ସନ୍ୟାସ ନେବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ । ନିଜେ ସ୍ୱାମୀ ଏହି ବୟାନ ଦେଇଛନ୍ତି । କୁମାରସ୍ୱାମୀଙ୍କ ଏହି ବୟାନ ଏବେ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ନୁହେଁ ବରଂ ରାଜ୍ୟର ସ୍ୱାର୍ଥ ପାଇଁ ସେ ରାଜନୀତିକୁ ଆସିଥିବା କହିଛନ୍ତି ସ୍ୱାମୀ । ତେବେ ଭୁଲବଶତଃ ସେ ରାଜନୀତିକୁ ଆସିଥିବା ଓ ସଂଯୋଗବଶତଃ ମୁଖ୍ୟମନ୍ତ୍ରୀ ହୋଇଥିବା କହିଛନ୍ତି । ଭଗବାନ ତାଙ୍କୁ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ କରାଇଛନ୍ତି ।

ନିଜର କାମକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି କୁମାରସ୍ୱାମୀ । ସେ ଶାନ୍ତିରେ ବଂଚିବାକୁ ଚାହାଁନ୍ତି ଓ ଲୋକଙ୍କ ହୃଦୟରେ ରହିବାକୁ ଚାହାଁନ୍ତି ବୋଲି କହିବା ସହ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଥିବା ବୟାନ ଦେଇଛନ୍ତି ।

Related Posts