କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା; ପୁଣି ରକ୍ତରଞ୍ଜିତ ହେଲା ମା ମାଣିକେଶ୍ୱରୀଙ୍କ ପୀଠ, ପଡ଼ିଲା ଶହ ଶହ ପଶୁଙ୍କ ବଳି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ଭିତରେ ସମ୍ପନ୍ନ ହୋଇଛି। ଆଜି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପୁଣି ରକ୍ତରଞ୍ଜିତ ହୋଇଛି ପୀଠ। ଛତର ଯାତ୍ରା ଅବସରରେ ଏଠାରେ ଶହ ଶହ ପଶୁ ବଳି ପଡ଼ିଥିବା ସୂଚନା ମିଳିଛି। ଛତର ଯାତ୍ରା ପାଇଁ ମା ଙ୍କ ପୀଠକୁ ପାଖାପାଖି ୩୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ବ୍ୟାପକ ଭିଡକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ଛତର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଥିଲା । ତେବେ ଚଳିତ ବର୍ଷ ବହୁ ସଂଖ୍ୟାରେ ସାଂସ୍କୃତିକ ଦଳ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଗତ ରାତିରେ ମହାଷ୍ଟମୀ ବଳି ପରେ ସକାଳୁ ୨ କିଲୋମିଟର ଜେନାଖାଲରେ ନବମୀ ପୂଜାର୍ଚ୍ଚନା ପରେ ମା’ଙ୍କ ଛତର ରୂପୀ ପ୍ରତିମା ବାହାରିଥିଲା ।

Related Posts