ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କାଳୀଚରଣ ମହାରାଜକୁ ମିଳିଲା ଜାମିନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କାଳୀଚରଣ ମହାରାଜକୁ ଜାମିନ ମିଳିଛି । ଅଭିଯୁକ୍ତ କାଳୀଜରଣ ଛତିଶଗଡ଼ର ଧର୍ମ ସାଂସଦରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏହି ମାମଲାରେ ଅଧିକ ତଦନ୍ତ ଓ ଅନୁସନ୍ଧାନରେ ସହଯୋଗ ସର୍ତ୍ତରେ ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରଛନ୍ତି ଏବଂ ତାଙ୍କୁ ତାଙ୍କ ଆବାସିକ ଠିକଣା ଏବଂ ଯୋଗାଯୋଗ ବିବରଣୀ ପୁଲିସକୁ ପ୍ରଦାନ କରିବାକୁ କହିଛନ୍ତି।

ସେପଟେ କାଳୀଚରଣଙ୍କୁ ଗତ ସପ୍ତାହରେ ରାୟପୁରରୁ ଥାନେ ପୁଲିସ ଗିରଫ କରିଥିଲା। ପରେ ତାଙ୍କୁ ଥାନେର ଅଦାଲତ ନ୍ୟାୟିକ ହେପାଜତକୁ ପଠାଇଥିଲେ, ଯାହା ପରେ ସେ ଜାମିନ ପାଇଁ ଆବେଦନ କରିଥିଲେ। ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଜିତେନ୍ଦ୍ର ଆୱାଦ ନୌପଡା ପୁଲିସ ଷ୍ଟେସନରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କାଳୀଚରଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। କାଳୀଚରଣ ଏବଂ ଅନ୍ୟ ପାଞ୍ଚଜଣଙ୍କୁ ପୁଲିସ୍ ଗିରଫ କରିଥିଲା।

Related Posts