କମଲେଶ ତିୱାରୀ ହତ୍ୟା ମାମଲାରେ ୧୩ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

(ସତ୍ୟପାଠ ବ୍ୟୁରୋ) ଲକ୍ଷ୍ନୌ: ହିନ୍ଦୁ ସମାଜବାଦୀ ପାର୍ଟି ନେତା କମଲେଶ ତିୱାରୀ ହତ୍ୟା ମାମଲାରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ଉତ୍ତରପ୍ରଦେଶ ପୁଲିସ୍‌ । ଅକ୍ଟୋବର ୧୮ରେ କମଲେଶଙ୍କୁ ଲକ୍ଷ୍ନୌର ନାକା ଅଞ୍ଚଳରେ ଗୁଳି କରାଯାଇଥିଲା । ସେ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା  । ହସ୍ପିଟାଲ୍‌ରେ ଚିକିତ୍ସଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କମଲେଶ ତିୱାରୀ ହତ୍ୟା ମାମଲାରେ ସଂପୃକ୍ତ ଥିବା ୧୩ ଜଣଙ୍କ ମଧ୍ୟରୁ ଅସରଫ୍ ଏବଂ ‌ମୌଇନୁଦ୍ଦିନଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି । କମଲେଶ ତିୱାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ତାଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ ।

Related Posts