ଅଟଳ ଭୂଜଳ ଯୋଜନା ଆରମ୍ଭ

ସତ୍ୟପାଠ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜନ୍ମଦିନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି ।  କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହି ଯୋଜନାରେ ଖର୍ଚ୍ଚ ହେବ ୬ ହଜାର କୋଟି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୭ଟି ରାଜ୍ୟର ୭୮ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ଏହି ଯୋଜନା । ଏହା ଦ୍ବାରା ୮,୩୫୦ ଗାଁର ଜାଷୀମାନେ ଏହି ଯୋଜନାର ଲାଭ ପାଇବେ ।

ଅଟଳ ଭୂଜଳ ଯୋଜନାକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନ ଭଳି ରାଜ୍ୟ ସାମିଲ ଅଛନ୍ତି । ଏହି ସବୁ ରାଜ୍ୟର ୮,୩୫୦ ଗାଁ ଏହି ଯୋଜନାର ଲାଭ ପାଇବେ । କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ଆବଣ୍ଟିତ କରିବେ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କ୍ୟାବିନେଟ୍ ନିଷ୍ପତ୍ତି ପରେ କହିଥିଲେ ଯେ, ଜଳର ସମସ୍ୟାର ମୁକାବିଲା ଲାଗି ଅଟଳ ଭୂଜଳ ଯୋଜନାରେ ୫ ବର୍ଷରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିରେ ୩୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ଦେବେ । ଏହି ଯୋଜନାର ଲକ୍ଷ୍ୟ ହେଉଛି ଯେଉଁ ଅଞ୍ଚଳରେ ଜଳସ୍ତର କମ୍‌ ଅଛି ଦେଶର ସେହି ଅଞ୍ଚଳରେ ଭୂଜଳର ସ୍ତର ଉଠାଇବେ ସରକାର ।

 

 

 

Related Posts