କନ୍ଧପାଳ ଗୁଳିକାଣ୍ଡ ଘଟଣା; ମୁଖ୍ୟ ଅଭିଯୁକ୍ତ ସହ ଦୁଇଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କନ୍ଧପାଳ ଗୁଳିକାଣ୍ଡ ଘଟଣା । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମ ଗୁଳିକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ପୁଣି ୨ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ନୃପତି ନାୟକ ଓ ନୃପତିର ବଡଭାଇ ନିରଞ୍ଜନ ନାୟକ ବୋଲି ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଉଭୟଙ୍କୁ ସଦର ଥାନା ଅନ୍ତର୍ଗତ ନମି ଚିରା ଗ୍ରାମର ଅଭିଯୁକ୍ତର ଜଣେ ସମ୍ପର୍କୀୟ ଘରୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ ନୃପତି ଗୁଳିକାଣ୍ଡ ଘଟାଇବାପରେ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ତାଙ୍କ ଗ୍ରାମ ନିକଟରେ ଫୋପାଡିଥିଲା ।

ଫଳରେ ନୃପତି ଠାରୁ ସୂଚନା ପାଇ ବନ୍ଧୁକକୁ ଠାବ କରି ପୁଲିସ ଜବତ କରିଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ୬ରୁ ଉର୍ଦ୍ଧ୍ବ ଅଭିଯୁକ୍ତ ସଂପୃକ୍ତ ଥିବାବେଳେ ହତ୍ୟାକାଣ୍ଡ ପରଦିନ ମୁଖ୍ୟ ଅଭିଯୁକ୍ତ ନୃପତିର ବାପା ଅଭିମନ୍ୟୁ ନାୟକ ଓ ଜଣେ ସମ୍ପର୍କୀୟ ଭାଇ ବେନୁ ନାୟକଙ୍କୁ ପୁଲିସ ଗିରଫ କରିଥିଲା । ଫଳରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ୬ଜଣଙ୍କ ମଧ୍ୟରୁ ଗିରଫ ସଂଖ୍ୟା ୪ରେ ପହଂଚିଛି ।

Related Posts