ଶାହରୁଖ ଖାନ କନଭେଣ୍ଟ ସ୍କୁଲରୁ ପଢିଛନ୍ତି, ମୋତେ ଢଙ୍ଗରେ ଗୋଟେ ଇଂଲିଶ ଶବ୍ଦ ବି ଜଣା ନାହିଁ: କଙ୍ଗନା

kangna ranaut

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନିଜର ବେବାକି ମନ୍ତବ୍ୟକୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି କଙ୍ଗନା ରନାୱାତ । ତେବେ କଙ୍ଗନାଙ୍କ ଅଭିନୀତ ଗ୍ୟାଙ୍ଗଷ୍ଟାରର ୧୫ ବର୍ଷ ପୂର୍ତ୍ତି ଅବସରରେ ସେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ୧୫ ବର୍ଷ ପୂର୍ବେ ଆଜିର ଦିନରେ ଗ୍ୟାଙ୍ଗଷ୍ଟାର ଫିଲ୍ମ ମୁକ୍ତିଲାଭ କରିଥିଲା । ଶାହାରୁଖ ଖାନ ଜୀ ମୋର ସବୁଠୁ ବଡ ସଫଳତାର କାହାଣୀ । କିନ୍ତୁ ଶାହରୁଖ ଖାନ ଦିଲ୍ଲୀର କନଭେଣ୍ଟ ସ୍କୁଲରେ ପଢିଛନ୍ତି । ଏବଂ ତାଙ୍କ ବାପାମାଆ ଚଳଚ୍ଚିତ୍ର ସହ ଜଡିତ ଥିଲେ । ମୁଁ ଇଂରାଜୀର ଗୋଟିଏ ଶବ୍ଦ ବି ଜାଣି ନଥିଲି । ହିମାଚଳ ପ୍ରଦେଶର ଏକ ଦୂର ଗ୍ରାମରୁ ଆସିଥିଲି । ଯେଉଁଠାରେ ଇଂରାଜୀ ଶିକ୍ଷାର କୌଣସି ମାଧ୍ୟମ ନଥିଲା । ଏହା ସହ ତାଙ୍କର ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ କଙ୍ଗନା ରନାୱାତ ।

Related Posts