ମୁହଁ ଖୋଲିଲେ କରନ ଜୋହର: ହାର୍ଦ୍ଦିକ୍‌ ଓ ରାହୁଲଙ୍କ ବିବାଦୀୟ ବୟାନ ପାଇଁ ଦାୟୀ କଲେ ନିଜକୁ

ବଲିଉଡ୍‌ ନିର୍ମାତା-ନିର୍ଦ୍ଦେଶକ କରନ ଜୋହରଙ୍କ ସୋ’ରେ ମହିଳାଙ୍କ ବାବଦରେ ବିବାଦୀୟ ବୟାନ ଦେଇ ବିସିଆଇ ଦ୍ବାରା ଦଣ୍ଡିତ ହେଲେ ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଓ ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ. ଏଲ୍‌ ରାହୁଲ । ଦୁଇ ଜଣଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ବିବାଦ ଆରମ୍ଭ ହେବାର ପ୍ରାୟ ମାସେରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଏ ନେଇ ମୁହଁ ଖୋଲିଛନ୍ତି ସୋ’ର ହୋଷ୍ଟ କରନ ଜୋହର । ଏହି ବିବାଦ ପାଇଁ ନିଜକୁ ଦାୟୀ କରିବା ସହ କରନ ଜୋହର ଦୁଃଖ ପ୍ରକାଶ କରିଛନ୍ତି ।

କରନ କହିଛନ୍ତି, ‘ଯାହା ବି ବିବାଦ ହୋଇଛି,ସେ ନେଇ ମୁଁ ଦୁଃଖିତ । ମୋ’ର ସୋ’ ଥିଲା । ମୋର ପ୍ଲାଟଫର୍ମ ଥିଲା । ମୁଁ ଦୁହିଁଙ୍କୁ ଅତିଥି ହିସାବରେ ମୋ ସୋ’କୁ ଡାକିଥିଲି । ସେଥିପାଇଁ ସେମାନେ କହିଥିବା କଥାକୁ ନେଇ ମୋର ଦାୟିତ୍ୱ ରହିଛି । ଦୁହିଁଙ୍କୁ ନେଇ ବିବାଦ ହେବା ପରେ ମୁଁ ବହୁ ରାତିରେ ଠିକ୍‌ରେ ଶୋଇ ପାରିନାହିଁ । ମୋ ପାଇଁ ଦୁହିଁଙ୍କର ହୋଇଥିବା କ୍ଷତିର ଭରଣା ମୁଁ କେମିତି କରିବି ତାହା ଭାବୁଛି । ମୋତେ ଶୁଣିବ କିଏ ? ହଠାତ୍‌ ଏ ସବୁ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଏ ସବୁ ମୋର ଚାଟ୍‌ ସୋ’ରେ ହୋଇଥିବାରୁ ମୁଁ କ୍ଷମା ମାଗୁଛି।”

ସୂଚନାଯୋଗ୍ୟ କରନ ଜୋହରଙ୍କ ସୋ’ରେ ବିବାଦୀୟ ମନ୍ତବ୍ୟ ପରେ ଦୁଇ କ୍ରିକେଟରଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ଓହରି ଯିବାକୁ କରିଥିଲା ବିସିସିଆଇ । ଏ ନେଇ ବିସିଆଇ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ ମାମଲା ସୁପ୍ରିମକୋର୍ଟ ଯାଏଁ ମଧ୍ୟ ପହଞ୍ଚିଛି ।

Related Posts