ପ୍ରିୟଙ୍କାଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ ଇନ୍ଦିରା ଗାନ୍ଧି

‘ସେ ଆସିଲେ ଲୋକେ ମୋତେ ଭୁଲିଯିବେ’

ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଝିଅ ତଥା ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା । କିନ୍ତୁ ଏତିକି ବେଳେ ପ୍ରିୟଙ୍କାଙ୍କୁ ନେଇ ସାମ୍ନାକୁ ଆସିଛି ତାଙ୍କ ଜେଜେ ମା’ କରିଥିବା ଏକ ଭବିଷ୍ୟତବାଣୀ । ଏକଥା କହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ।

ଏକଦା ନିଜ ନାତୁଣୀ ପ୍ରିୟଙ୍କାଙ୍କ ସମ୍ପର୍କରେ ଇନ୍ଦିରା କରିଥିଲେ ଭବିଷ୍ୟବାଣୀ । ନିଜର ସବୁଠାରୁ ବିଶ୍ବସ୍ତ ନେତା ମାଖନଲାଲ ଫୋତେଦାରଙ୍କୁ ଇନ୍ଦିରା କହିଥିଲେ ଯେ, ‘ଯେତେବେଳେ ପ୍ରିୟଙ୍କା ବଡ଼ ହୋଇଯିବେ, କିଛି ଚିନ୍ତା କରିବା ଆରମ୍ଭ କିରବେ, ସେତେବେଳେ ଲୋକମାନେ ମୋତେ ଭୁଲିଯାଇ ପ୍ରିୟଙ୍କାଙ୍କୁ ମନେ ରଖିବେ ।’

ଇନ୍ଦିରା ଗାନ୍ଧି ଆହୁରି ମଧ୍ୟ କହିଥିଲେ, ଦେଶର ଭବିଷ୍ୟତ ପାଇଁ ସେ(ଇନ୍ଦିରା) ଯାହା, ପ୍ରିୟଙ୍କା ମଧ୍ୟ ତାହା ହୋଇପାରିବେ । ପ୍ରିୟଙ୍କାଙ୍କ ହାତରେ ଯେତେବେଳେ ଦେଶର ଭାର ରହିବ, ସେତେବେଳେ ସେ(ପ୍ରିୟଙ୍କା) ଖୁବ୍‌ ଦୃଢ଼ ରହିବେ ବୋଲି କହିଥିଲେ ଇନ୍ଦିରା ଗାନ୍ଧି ।

Related Posts